You are currently viewing ଟ୍ରକ ବସ ମୁହାଁମୁହିଁ ଜଣେ ମୃତ ୫ ଗୁରୁତ୍ୱର

ଟ୍ରକ ବସ ମୁହାଁମୁହିଁ ଜଣେ ମୃତ ୫ ଗୁରୁତ୍ୱର

  • Post category:ଓଡିଶା
  • Reading time:1 mins read

ନୟାଗଡ (୨୯.୧୧.୨୨) : ଟ୍ରକକୁ ପିଟିଲା ବସ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତ୍ୱର ହୋଇଛନ୍ତି । ଗୁରୁତ୍ୱର ମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଆଜି ଭୋରୁ ଖୋର୍ଦ୍ଧା- ବଲାଙ୍ଗୀର ଜାତୀୟ ରାଜପଥର ଇଟାମାଟି ନିକଟରେ ଏହି ଦୁର୍ଘଟଣା ଘଟିଛି । ଭବାନୀପାଟଣାରୁ ଭୁବନେଶ୍ବର ଆସୁଥିବା ମାଣିକେଶ୍ଵରୀ ବସ୍ ଭୋରରୁ ରାସ୍ତାକଡରେ ରହିଥିବା ଏକ ମାର୍ବଲ ବୋଝେଇ ଟ୍ରକକୁ ପଛପଟେ ପିଟିଥିଲା । ଦୁର୍ଘଟଣାର କାରଣ ଜଣାପଡିନଥିଲେ ମଧ୍ୟ ବସ୍ ର ଅବସ୍ଥା ଦେଖିଲେ ବସ୍ ଟି ଦ୍ରୁତଗତିରେ ଆସୁଥିବା ବାରିହୋଇପଡୁଛି। ଇଟାମାଟି ପୋଲିସ, ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତାହାତଙ୍କୁ ଉଦ୍ଧାର କରି ନୟାଗଡ଼ ଡାକ୍ତରଖାନାକୁ ଆଣିଥିଲେ। ମୃତକ ହେଲେ ଜୁନାଗଡ ଅଞ୍ଚଳର ଅମର ଚାନ୍ଦ । ଦୁର୍ଘଟଣାରେ ୫ଜଣ ଗୁରୁତର ହୋଇଥିବା ବେଳେ ଜଣେ ଆହତ ନୟାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେ ହେଲେ ଭବାନିପାଟଣାର ମୁସ୍ତାକ ସଲିମ୍ । ୪ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ପଠାଯାଇଛି । ଭୁବନେଶ୍ବର ସ୍ଥାନାନ୍ତର ହୋଇଥିବା ଗୁରୁତରଙ୍କ ମଧ୍ଯରେ ଜଣେ କଟକ, ଜଣେ ଯାଜପୁରର ହୋଇଥିବାବେଳେ ଅନ୍ଯ ଦୁଇଜଣ ଜୁନାଗଡ ଅଞ୍ଚଳର ବୋଲି ଜଣାପଡିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।