You are currently viewing ପୁରୀ ର ୫ ଟି କେନ୍ଦ୍ର ରେ ହବିଷ୍ୟାଳୀ ମାନଙ୍କ ରହଣି ବ୍ୟବସ୍ଥା

ପୁରୀ ର ୫ ଟି କେନ୍ଦ୍ର ରେ ହବିଷ୍ୟାଳୀ ମାନଙ୍କ ରହଣି ବ୍ୟବସ୍ଥା

  • Post category:ଓଡିଶା
  • Reading time:1 mins read


ପୁରୀ(ଏ ଏନ୍ ଏସ) ୦୯/୧୦, ଚଳିତ ବର୍ଷ ର ହବିଷ ବ୍ରତ ଅକ୍ଟୋବର ମାସ ୧୦ ତାରିଖ ରୁ ଆରମ୍ଭ ହୋଇ ଏକ ମାସ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ବିଭିନ୍ନ ଜିଲ୍ଲା ରୁ ପଞିକରଣ କରିଥିବା ୨୯୩୫ ଜଣ ହବିଷ୍ୟାଳୀ ମା ମାନଙ୍କୁ ୫ ଗୋଟି କେନ୍ଦ୍ର ରଖାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଆଜି ଅପରାହ୍ନ ରେ ଟାଉନ ହଲ ଠାରେ ହବିଷ ବ୍ରତ କାର୍ଯ୍ୟ ରେ ନିୟୋଜିତ ଅଧିକାରୀ, କର୍ମଚାରୀ ଓ ସ୍ୱଛାସେବୀ ମାନଙ୍କୁ ନେଇ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ବର୍ମା ହବିଷ୍ୟାଳୀ ମାନଙ୍କର ସେବା କୁ ନିଷ୍ଠା ଓ ଧର୍ମର କାର୍ଯ୍ୟ ବୋଲି ବିବେଚନା କରି କର୍ମଚାରୀ ମାନେ ଦାୟିତ୍ୱ ନିର୍ବାହ ପାଇଁ ଆହ୍ୱାନ ଦେଇଥିଲେ। ହବିଷ୍ୟାଳୀ କାର୍ଯ୍ୟରେ ଅବହେଳା କୁ ବରଦାସ୍ତ କରାଯିବ ନାହିଁ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସତର୍କ କରାଇ ଦେବା ସହ ଭଲ କାମ ପାଇଁ ପ୍ରୋତ୍ସାହିତ କରାଯିବ ବୋଲି କହିଥିଲେ।

ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ ସମସ୍ତ ଙ୍କୁ ସ୍ୱାଗତ କରି ନୂତନ ଭାବେ ନିର୍ମିତ ବୃନ୍ଦାବତୀ ନିବାସ ରେ ପୁରୀ ,ଗଞ୍ଜାମ ଓ ନୟାଗଡ଼ ଜିଲ୍ଲା ର ୧୬୦୪ ଜଣ,ଅକ୍ଷୟ ପାତ୍ର ଫାଉଣ୍ଡେସନ, ବଗଲା ଧର୍ମଶାଳା ଓ ବାଗେଡିଆ ଧର୍ମଶାଳା ରେ ଖୋର୍ଦ୍ଧା ଜିଲ୍ଲାର ୭୩୦ ଜଣ,ମୋଚି ସାହି କଲ୍ୟାଣ ମଣ୍ଡପ ଠାରେ ଅବଶିଷ୍ଟ ଜିଲ୍ଲା ର ୬୦୧ ଜଣ ହବିଷ୍ୟାଳୀ ମା ମାନଙ୍କର ରହଣି ର ବ୍ୟବସ୍ଥା ହୋଇଛି ବୋଲି କହିଥିଲେ। ସରକାରଙ୍କ ହବିଷ୍ୟାଳୀ ଯୋଜନା ଆଧାରରେ ବୟସ୍କା ମା ମାନେ ଏହି ବ୍ରତରେ ସାମିଲ ହେଉଛନ୍ତି । ତେଣୁ ପ୍ରଶାସନ ସମସ୍ତ ସୁବିଧା ସେମାନଙ୍କୁ ଯୋଗାଇ ବାକୁ ବ୍ୟବସ୍ଥା କରିଛି।ଏହାକୁ ସମ୍ମିଳିତ ଭାବେ ସଫଳ କରିବା ବୋଲି ସେ କହିଥିଲେ। ସେମାନଙ୍କର ସୁରକ୍ଷିତ ରହଣି, ସୁରକ୍ଷା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ପ୍ରବଚନ, ଭଜନ,ପାଲା ଇତ୍ୟାଦି ବ୍ୟବସ୍ଥା, ଚିକିତ୍ସା, ପରିମଳ,ପାନୀୟ ଜଳ, ନରେନ୍ଦ୍ର ରେ ସ୍ନାନ ବ୍ୟବସ୍ଥା, ସ୍ୱଛାସେବୀ ସହଯୋଗ ଇତ୍ୟାଦି ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାକୁ ସୁ ନିୟନ୍ତ୍ରିତ କରିବାକୁ ନୋଡାଲ ଅଧିକାରୀ, ବରିଷ୍ଠ ଅଧିକାରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି। ମା ମାନଙ୍କୁ ଠାକୁର ଦର୍ଶନ ସମୟରେ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଆରକ୍ଷୀ ବିଭାଗ ଓ ସ୍ୱଛାସେବୀ ମାନେ ସମନ୍ୱୟ ରଖି କାର୍ଯ୍ୟ କରିବେ। ଏହି କାର୍ଯ୍ୟ ଏକ ବ୍ୟାପକ ଓ ଏକ ମାସ ଧରି କରିବା ର ଆବଶ୍ୟକତା ଥିବାରୁ ବିଭାଗ ବିଭାଗର କର୍ମଚାରୀ ଓ ସ୍ୱଛାସେବୀ ମାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯାଉଛି।ତେଣୁ ଏହି କାର୍ଯ୍ୟ କୁ ପାରସ୍ପରିକ ସମନ୍ବୟ ରଖି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ସମସ୍ତ ଙ୍କୁ ପରାମର୍ଶ ଦେଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।