You are currently viewing ଆଜି କରୋନାରେ ଆଖି ବୁଜିଲେ ଆଉ ୬ ଆକ୍ରାନ୍ତ

ଆଜି କରୋନାରେ ଆଖି ବୁଜିଲେ ଆଉ ୬ ଆକ୍ରାନ୍ତ

ଭୁବନେଶ୍ୱର, ରାଜ୍ୟରେ ୫୦୦ରୁ କମ୍‌ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି ୧୦ ତଳେ ରହୁଛି।  ରାଜ୍ୟରେ ଆଜି ଆଉ ୬ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି । ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୪୫ରେ ପହଞ୍ଚିଯାଇଛି। ରାଜ୍ୟରେ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୨ ଜଣ ଥିବା ବେଳେ ବାଲେଶ୍ୱର, ଝାରସୁଗୁଡ଼ା, ମୟୂରଭଞ୍ଜ ଓ ଭୁବନେଶ୍ୱରରୁ ଜଣେ ଲେଖାଏ ଆକ୍ରାନ୍ତ ଆଖି ବୁଜିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।