ରଥଖଳାରେ କରୋନା ଆତଙ୍କ; ପୁଣି ୬ଜଣ କରୋନାରେ ଆକ୍ରାନ୍ତ

ପୁରୀ-୨୦.୦୫.୨୦୨୧, କୋଭିଡ୍‌ ମାର୍ଗଦର୍ଶିକା ଅବଲମ୍ବନରେ ବଡ଼ଦାଣ୍ଡ ରଥଖଳାରେ ଚାଲିଛି ଶ୍ରୀଜିଉଙ୍କ ତିନି ରଥର ନିର୍ମାଣ କାମ । ଅକ୍ଷୟ ତୃତୀୟାର ସପ୍ତମ ଦିନରେ ତିନି ରଥର ତୁମ୍ବରେ ବିନ୍ଧା ଆରମ୍ଭ ହୋଇଛି । କିନ୍ତୁ ଏହି ସମୟ ମଧ୍ୟରେ ମହାପ୍ରଭୁଙ୍କ ରଥ ନିର୍ମାଣରେ ସାମିଲ ହେବାକୁ ଆସିଥିବା ୫ ଜଣ ଭୋଇ ସେବାୟତ ଓ ଜଣେ ବିଶ୍ବକର୍ମା ସେବାୟ କୋଭିଡ୍‌ ରିପୋର୍ଟ ପଜିଟିଭ୍‌ ଆସିଛି । ଏବେ ସମସ୍ତ ସେବାୟତଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଏବେ ସୁଦ୍ଧା ରଥଖଳାରେ ନିୟୋଜିତ ଥିବା ୮୮ ଜଣ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଇଛି।

ସୂଚନା ମୁତାବିକ, ଆଜି କାମରେ ଯୋଗ ଦେବା ବେଳକୁ ୬ଜଣ ସେବାୟତ ପଜିଟିଭ୍‌ ରିପୋର୍ଟ ଆସିଥିବା ସୂଚନା ମିଳିଥିଲା । ଏହି କାରଣରୁ ଏହି ୫ ଜଣ ଭୋଇ ସେବାୟତ ଓ ଜଣେ ବିଶ୍ବକର୍ମା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରଥରେ ନିୟୋଜିତ କୋଭିଡ୍‌ ନେଗେଟିଭ ସେବକଙ୍କୁ ସଙ୍ଗରୋଧରେ ରଖାଯାଇଛି । ସେମାନେ କୋଭିଡ ଆକ୍ରାନ୍ତ ହେଲେ ରଥ କାମ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଇଥିଲା । ୮୮ ଜଣ ରଥ ସେବକଙ୍କ କୋଭିଡ ଟେଷ୍ଟରୁ ଏହି ୮ ଜଣଙ୍କର ରିପୋର୍ଟ ପଜିଟିଭ ହୋଇଛନ୍ତି।

କୋଭିଡ କଟକଣା ମଧ୍ୟରେ ରଥଖଳାରେ ଶ୍ରୀଜିଉଙ୍କ ତିନି ରଥର ନିର୍ମାଣ କାମ ଚାଲିଛି । ବିଶ୍ବକର୍ମା, ଭୋଇ ଓ କରତି ସେବାୟତମାନେ ରଥର ତୁମ୍ବ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ରଥ କାଠକୁ ତୁମ୍ବ ଆକାରରରେ ଚିରଟ କାର୍ଯ୍ୟ କରତୀ ସେବାୟତ କରୁଥିବା ବେଳେ ମହାରଣା ମାନେ ତୁମ୍ବ ଓ ପହି ନିର୍ମାଣ ଜାରି ରଖିଛନ୍ତି । ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରଥ ସହ ସମ୍ପୃକ୍ତ ସମସ୍ତ ସେବାୟତଙ୍କୁ ନୀଳାଚଳ ଭକ୍ତ ନିବାସରେ ସଙ୍ଗରୋଧରେ ରଖାଯାଇଛି। ସଂକ୍ରମଣ ଆଶଙ୍କାରେ ସେମାନେ ଘରକୁ ନଯାଇ ସେଠାରେ ଶେଷ ପର୍ଯ୍ୟନ୍ତ ରହି ରଥ କାର୍ଯ୍ୟ କରିବେ।

Leave A Reply

Your email address will not be published.