You are currently viewing ଆଞ୍ଚରୁ ନିଆଁ ଲାଗି ୬ ଦୋକାନ ଭସ୍ମୀଭୂତ

ଆଞ୍ଚରୁ ନିଆଁ ଲାଗି ୬ ଦୋକାନ ଭସ୍ମୀଭୂତ

  • Post category:ଓଡିଶା
  • Reading time:1 mins read

ଭଦ୍ରକ(ଏଏନଏସ)୧୭/୦୫,  ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ସାତଭଉଣୀ ଛକ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା ।  ଗୋଟିଏ ଦୋକାନରୁ ନିଆଁ ବ୍ୟାପି ୬ ଦୋକାନ ଭସ୍ମୀଭୂତ । ଆଞ୍ଚ ନିଆଁରୁ ଅଗ୍ନିକାଣ୍ଡ ।ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ତେବେ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଆୟତ୍ତ ହୋଇନଥିଲା । ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଖବରରୁ ପ୍ରକାଶ ଯେ, ଗ୍ରାମାଞ୍ଚଳ ଥାନା  ସାତଭଉଣୀ ଛକ ନିକଟରେ ଥିବା ଦୋକାନର ଆଞ୍ଚରୁ ନିଆଁ ବ୍ୟାପିଥିବା ସୂଚନା ମିଳିଛି । ଆଞ୍ଚରୁ ନିଆଁ ଝୁଲ ଉଡି ମିଠା ଦୋକାନରେ ଅଗ୍ନିକାଣ୍ଡ ହୋଇଥିଲା । ପରେ ଏହି ନିଆଁ ନିକଟରେ ଥିବା ଦୋକାନକୁ ବ୍ୟାପିଥିଲା । ଅଗ୍ନିକାଣ୍ଡରେ ମିଠା ଦୋକାନ ସହ ଗ୍ୟାରେଜ , ପାନ ଦୋକାନ , ସାର ଦୋକାନ ଓ ଭେରାଇଟି ଷ୍ଟୋର ଗୁଡିକ ଜଳିପୋଡି ପାଉଁଶ ହୋଇଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।