ରାଜ୍ୟରୁ ୬୨୧୫ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର-୨୩.୦୪.୨୦୨୧, ଆଜି ରାଜ୍ୟରୁ ୬୨୧୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୩୬୦୪ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୨୬୧୧ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୯୪୬୯୪, ସୁସ୍ଥ ସଂଖ୍ୟା ୩୫୩୫୫୧, ସମୁଦାୟ ସକ୍ରିୟ ସଂଖ୍ୟା ୩୯୧୧୭, ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୨୧୬୫ |