ଭୁବନେଶ୍ୱର: ଓଡିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ହେଲେ ସାମ୍ବାଦିକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରତିଷ୍ଠା ଦିବସ ସମାରୋହରେ ଉପସ୍ଥିତ ଥିବା ଅତିଥି ମାନେ ମତବ୍ୟକ୍ତ କରିଛନ୍ତି |ଏମ.ଏଲ.ଏ କଲୋନୀ ପରିସରରେ ସଂଘ ସଭାପତି ଜିମୂତ ମଙ୍ଗରାଜଙ୍କ ସଭାପତିତ୍ୱ ଅନୁଷ୍ଠିତ ଏହି ସମାରୋହରେ ବିଧାୟକ ଅମର ପ୍ରସାଦ ଶତପଥୀ,ବିଧାୟକ ଅନନ୍ତ ନାରାୟଣ ଜେନା ,ବିଧାୟକ ସୁଶାନ୍ତ ରାଉତ ,ବିଧାୟକ ଅରବିନ୍ଦ ଢ଼ାଲି ଓ ପ୍ରାକ୍ତନ ଅର୍ଥମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡେଇ ଯୋଗ ଦେଇ ଉତ୍କଳ ସାମ୍ବାଦିକ ସଂଘର ଐତିହ ଓ ପରମ୍ପରାର ପର୍ଯ୍ୟାଲୋଚନା କରିବା ସହିତ ଦେଶ ଓ ରାଜ୍ୟ ଗଠନରେ ସାମ୍ବାଦିକ ମାନଙ୍କ ଭୂମିକା ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ |ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ସାଂସଦ ପ୍ରଶନ କୁମାର ପାଟଶାଣୀ ,ମହିଳା କମିଶନର ଅଧକ୍ଷ୍ୟା ମିନତୀ ବେହେରା ,ରାଜ୍ୟ ଶିଶୁ ଅଧିକାର କମିଶନର ସନ୍ଧ୍ୟାବତୀ ପ୍ରଧାନ ଏବଂ ପିସିସି ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପ୍ରମୁଖ ଯୋଗ ଦେଇ ରାଜ୍ୟର ସାମଗ୍ରିକ ବିକାଶ ଓ ଓଡିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ହେଲେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ |ସଂଘର ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ |ବରିଷ୍ଠ ସାମ୍ବାଦିକ ତଥା ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀଙ୍କୁ ଶ୍ରେଷ୍ଠ ସାମ୍ବାଦିକ ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା |ଏଥିସହ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ ,ବଙ୍କିମଚନ୍ଦ୍ର ନାୟକଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା |ବରିଷ୍ଠ ସାମ୍ବାଦିକ ପ୍ରଭାକର ଶିରୋମଣି ଧନ୍ୟବାଦ ଅର୍ପଣ କରିଥିଲେ |
ଗୋଟାଏ ଦିନରେ କୋଟିପତି ହେଲେ ଦିନ ମଜୁରିଆଆଜିଠୁ ରାଜ୍ୟରେ ବୁଲିଲା ୩୪ ସାଇବର ସୁରକ୍ଷା ରଥ, ଅକ୍ଟୋବର ୧୫ ଯାଏଁ କରେଇବ ସଚେତନବିହାରରେ ସରିଲା ଜାତିଗତ ଗଣନା, ରିପୋର୍ଟ ଜାରି କଲେ ସରକାରଅମିତ ଶାହାଙ୍କୁ ଭେଟିଲେ ସୌମ୍ୟସକ୍ରିୟ ଲଘୁଚାପ: ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ମତ୍ସଜୀବୀଙ୍କୁ ସମୁଦ୍ର ନ ଯିବାକୁ ବାରଣଆଜି ମଧ୍ୟପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ, ଉଦଘାଟନ କରିବେ ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସଆଜି ମହାତ୍ମା ଗାନ୍ଧି ଓ ଶାସ୍ତ୍ରୀଙ୍କ ଜୟନ୍ତୀଆଜିଠୁ ରାଜ୍ୟର ୪ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ ସେବା; ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭକଟକ ବଡ଼ ମେଡିକାଲରେ ପାଣି ସମସ୍ୟା; ରୋଗୀ ହନ୍ତସନ୍ତଅନଲାଇନ ଗେମ୍ ହେଲା ମହଙ୍ଗା; ଲାଗୁ ହେଲା ୨୮% GST