You are currently viewing ଓଡିଶା ଘରୋଇ ହୋମିଓପାଥିକ ଚିକିତ୍ସକ ସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ଓଡିଶା ଘରୋଇ ହୋମିଓପାଥିକ ଚିକିତ୍ସକ ସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

  • Post category:ଓଡିଶା
  • Reading time:1 mins read

କଟକ(ଏଏନଏସ)୧୦/୦୪,ଆଜି ବିଶ୍ୱ ହୋମିଓପାଥିକ ଦିବସରେ କଟକ ସହୀଦଭବନ ଠାରେ ଘରୋଇ ହୋମିଓପାଥିକ ଚିକିତ୍ସକ ସଂଘ ପକ୍ଷରୁ ୦୭ ତମ ସାଧାରଣ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଅଛି।ଆଜି ହୋମିଓପାଥିକର ଜନକ ସାମୁଏଲ ହ୍ୟାନିମାନଙ୍କ ୨୬୮ ତମ ଜନ୍ମ ଜୟନ୍ତୀ ଅବସରରେ ଏହା ଆୟୋଜନ କରାଯାଇଥିଲା। ଏହି କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାକ୍ତର ପ୍ରଦୀପ ରାଓ ,ବରିଷ୍ଠ ଆଇନଜୀବୀ ରମଣୀକାନ୍ତ ପଟ୍ଟନାୟକ ,ମୁଖ୍ୟବକ୍ତା ଭାବେ ଡାକ୍ତର ବିଚିତ୍ରା ନନ୍ଦ ସ୍ୱାଇଁ , ସମ୍ମାନୀୟ ଅତିଥି ଏବଂ ମୁଖ୍ୟ ପରାମର୍ଶଦାତା ଭାବେ ନିହାର ରଂଜନ ବିଶ୍ୱାଳ ଉପସ୍ଥିତ ରହି ହ୍ୟାନିମାନଙ୍କ ଫଟୋ ଚିତ୍ରରେ ମାର୍ଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଵଳନ କରିଥିଲେ।ଏହି ଅବସରରେ କୋଭିଡ଼ ମହାମାରୀରେ ମୃତ୍ୟୁବରଣ କରିଥିବା ଆଜୀବନ ସଭ୍ୟମାନଙ୍କ ଉଦ୍ଧେଶ୍ୟରେ ୦୨ ମିନିଟ ନିରବ ପାର୍ଥନା କରାଯାଇଥିଲା।

ଏହି କାଯ୍ୟକ୍ରମରେ ବହୁ ସଦସ୍ୟ ଉପସ୍ଥିତ ଥିବା ବେଳେ କମ୍ପାନୀ ମ୍ୟାନେଜର ଏବଂ ମେଡ଼ିସିନ ରିପ୍ରେଜେଣ୍ଟଟିଭମାନେ ଉପସ୍ଥିତ ରହିଥିଲେ।ପରିଶେଶରେ ସଭାପତି ନେତ୍ରାନନ୍ଦ ଭୋଇ ଏବଂ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।