ଶ୍ରୀମନ୍ଦିରର ୮ ଦ୍ୱାରରେ ଲାଗିବ ରୁପା ଚାଦର

ପୁରୀ, ଶ୍ରୀମନ୍ଦିରର ୮ ଦ୍ୱାରରେ ଲାଗିବ ରୁପା ଚାଦର । ୨୪୧୩ କେଜି ରୁପା ବ୍ୟବହାର ହେବ, ଯାହାର ବଜାର ମୂଲ୍ୟ ପ୍ରାୟ ୧୫ କୋଟି ୩୨ ଲକ୍ଷ ଟଙ୍କା । ମୁମ୍ବାଇର ଜଣେ ଭକ୍ତ ଏହାକୁ ଦାନ କରିଥିବା ସୂଚନା ମିଳୁଛି । ପୂର୍ବରୁ ୩ଟି ଦ୍ବାର କଥା କୁହାଯାଉ ଥିବାବେଳେ ଏବେ ଆଉ ୫ଟି ଦ୍ବାର ଏଥିରେ ସାମିଲ ହୋଇଛି। ନିର୍ମାଣ କାର୍ଯ୍ୟ ପାଇଁ ମୁମ୍ବାଇର ୧୦ ଜଣିଆ କାରିଗର ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିବେ। ଯେଉଁଥିରେ ଜଣେ ମୁଖ୍ୟ କାରିଗର ଓ ଅନ୍ୟ ୯ଜଣ ସହଯୋଗୀ କାରିଗର ରହିଛନ୍ତି। ଏହି କାରିଗରମାନେ ନୀଳାଦ୍ରି ଭକ୍ତ ନିବାସରେ ରହି ନିର୍ମାଣ କାର୍ଯ୍ୟ ସଂପାଦନ କରିବେ।

Leave A Reply

Your email address will not be published.