ଭୁବନେଶ୍ୱର -୨୨.୦୫.୨୦୨୧, କରୋନା ଭାଇରସର ଦ୍ବିତୀୟ ଲହର ଦେଶରେ ଆତଙ୍କ ସୃଷ୍ଟି କରିଛି । ସମଗ୍ର ଜନସାଧାରଣ ଏହି ଭୂତାଣୁର କୋପରେ ହନ୍ତସନ୍ତ ହେଉଥିବାବେଳେ ଆଉ ଏକ ମାରାତ୍ମକ ମହାମାରୀ ସଂକ୍ରମଣ ବ୍ୟାପିବାରେ ଲାଗିଛି । ତାହା ହେଉଛି ବ୍ଳାକ ଫଙ୍ଗସ । ସମଗ୍ର ଦେଶରେ ବର୍ତ୍ତମାନ ୮,୮୪୮ ଜଣ ବ୍ଳାକ ଫଙ୍ଗସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମଗ୍ର ଦେଶରୁ ଗୁଜୁରାଟରେ ସର୍ବାଧିକ ୨,୨୮୧ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଦ୍ବିତୀୟ ସ୍ଥାନରେ ରହିଛି ମୁମ୍ବାଇ। ସେଠାରୁ ୨୦୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ ଓଡ଼ିଶାରେ ୧୫ ଜଣ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ଓଡ଼ିଶାକୁ ୫୦ଟି ଆମ୍ଫୋଟେରିସିନ-ବି ଇଞ୍ଜେକ୍ସନ ଦେଇଛି କେନ୍ଦ୍ର । ଏନେଇ ସାର ଓ ରସାୟନ ମନ୍ତ୍ରୀ ସଦାନନ୍ଦ ଗୌଡ଼ା ସୂଚନା ଦେଇଛନ୍ତି ।