ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ତ ଓ ଅପାରଗତା କାରଣରୁ ସରକାରୀ ଚାକିରିରୁ ବିଦାହେଲେ ୯ କାର୍ଯ୍ୟାଧିକାରୀ | ଦୁର୍ନୀତି ପାଇଁ ୭, ଅପାରଗତା ପାଇଁ ୨ଅଧିକାରୀଙ୍କୁ ଚାକିରିରୁ ବିଦା କଲେ ରାଜ୍ୟ ସରକାର । ଖଣି, ଶ୍ରମ, ଜଙ୍ଗଲ ଓ ଜନସ୍ୱାସ୍ଥ୍ୟ ବିଭାଗର ୯ ଅଧିକାରୀ ଏହି ଦୁର୍ନୀତିରେ ସାମିଲ ଅଛନ୍ତି | ଖଣି ବିଭାଗର ଜଣେ ଉପନିର୍ଦ୍ଦେଶକ, ଶ୍ରମ ବିଭାଗର ଜଣେ ଯୁଗ୍ମ କମିସନର । ଉପନିର୍ଦ୍ଦେଶକ ମଦନମୋହନ ମିଶ୍ରଙ୍କ ନାଁରେ ଦୁର୍ନୀତି ପ୍ରମାଣିତ । ମଦନମୋହନଙ୍କ ନାଁରେ ରହିଛି ୯ଟି ଭିଜିଲାନ୍ସ ମାମଲା | ଖଣି ଅଧିକାରୀ ରମେଶ ଚନ୍ଦ୍ର ମହାଲିକ ନାଁରେ ରହିଛି ୪ଟି ଭିଜିଲାନ୍ସ ମାମଲା |