ବାଲେଶ୍ୱର, ରାଜ୍ୟରେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରଚାର ଯୋର୍ ଧରିଛି । ସବୁ ଦଳ ନିଜ ନିଜର ପ୍ରଚାର ପ୍ରସାରରେ ମାତିଛନ୍ତି । ଏହାରି ମଧ୍ୟରେ ଏକ ଆଗ୍ରହଜନକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଉପନିର୍ବାଚନ ମଣ୍ଡଳୀରେ । ଜଣେ ୯୦ବର୍ଷର ବୃଦ୍ଧା, ଯାହାର ନାମ ବେଣୁଧର ବାରିକ, ସେ ଏବେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ବୟସ ସିନା ହୋଇଯାଇଛି କିନ୍ତୁ ଏବେବି ତାଙ୍କ ମନରୁ ରାଜନୀତିକୁ ନେଇ ଦୃଢ଼ ଇଚ୍ଛାଶକ୍ତି ଥମିନି । ଆଶା ରଖିଛନ୍ତି ବିଧାୟକ ହୋଇ ଅଞ୍ଚଳବାସୀଙ୍କ ଦୁଃଖ ଦୁର୍ଦ୍ଦଶା ଦୂର କରିବେ । ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରି ପ୍ରଚାର ଆରମ୍ଭ କରିଥିବା ବେଣୁଧର ପେଶାରେ ଜଣେ ବାରିକ ଅଟନ୍ତି । ମାତ୍ର ୧୩ ବର୍ଷ ବୟସରେ ୧୯୪୨ ମସିହାରେ ଭାରତଛାଡ଼ ଆନ୍ଦୋଳନରେ ସାମିଲ ଥିଲେ ବୋଲି କୁହନ୍ତି ବେଣୁଧର । ବିଧାୟକ ହେବାପରେ ମୋ ବସ୍ତିବାସିନ୍ଦାଙ୍କ ସମସ୍ୟା ନେଇ ବିଧାନସଭାରେ ଉପସ୍ଥାପନ କରିବି, ତାଙ୍କ ପାଇଁ ଲଢ଼ିବି । ଏହା ହେଉଛି ମୋର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ବେଣୁଧର ବାରିକ । ପ୍ରକାଶଥାଉକି, ବାଲେଶ୍ୱର ଉପନିର୍ବାଚନ ମୋଟ ୬ଜଣ ପ୍ରାର୍ଥୀ ଲଢ଼ୁଛନ୍ତି । ସେମାନଙ୍କ ମଧ୍ୟରୁ ବେଣୁଧର ହେଉଛନ୍ତି ଜଣେ ପ୍ରାର୍ଥୀ, ଯେ କି ବୟସ୍କ ଅଟନ୍ତି ।
ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତ ଦେହଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡକାର ଧକ୍କାରେ ଚାଲିଗଲା ତିନି ଶିଶୁଙ୍କ ଜୀବନନଦୀକୁ ଡେଇଁଲେ ମହିଳାଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗANS NEWS SUPERFAST [email protected]ରାଜ୍ୟରେ ୨୪ ଘଣ୍ଟା ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟଜାଣନ୍ତୁ ଗରମ ପାଣି ଶରୀର ପାଇଁ କେତେ ଲାଭକାରୀବଢୁଛି କରୋନା ଚିନ୍ତା