ବଲାଙ୍ଗୀର (ଏଏନଏସ)୧୪/୦୫, ସୋନପୁର ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । କୁଡାଡେରା ଗାଁର ଚନ୍ଦ୍ରଭାନୁ ଭୋଇ ତାମିଲନାଡୁରେ ଦାଦନ ଶ୍ରମିକ ଭାବେ କାମ କରନ୍ତି । ଗତକାଲି ରାତିରେ ସେ ତାମିଲନାଡୁରୁ ଘରକୁ ପେରୁଥିଲେ । ବଲାଙ୍ଗୀର ଷ୍ଟେସନରେ ଓହ୍ଲାଇବା ପରେ ଗାଁର ଦୁଇଜଣ ବ୍ୟକ୍ତିଙ୍କ ସହ ବାଇକ୍ରେ ଘରକୁ ଫେରୁଥିଲେ । ବୁର୍ଡା ଫାଟକ ନିକଟରେ ଟ୍ରେନ ଆସିବାରୁ ଫାଟକ ପଡିଥିଲା । ଚନ୍ଦ୍ରଭାନୁ ଦୁଇଜଣ ସାଙ୍ଗଙ୍କ ସହ ଫାଟକ ନିକଟରେ ଛିଡା ହୋଇଥିଲେ । ଟ୍ରେନ ଆସିବାରୁ ହଠାତ୍ ସେ ଟ୍ରେନ ଆଗକୁ ଡେଇଁ ପଡିଥିଲେ । ଟ୍ରେନରେ ପିଟି ହୋଇ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଡାହାଣ ହାତଟି ସଂପୂର୍ଣ୍ଣ କଟିଯାଇଛି । ଗୁରୁତରଅବସ୍ଥାରେ ତାଙ୍କୁ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ପହଞ୍ଚି ଘଟଣା ସଂପର୍କରେ ତଦନ୍ତ କରୁଛି ।
ଚାକିରି ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହିସବୁ ଉପାୟଏମାର ମଠ ପରିସରରୁ ବାହାରିଲା ଭଗ୍ନ ମୂର୍ତ୍ତିଦୁର୍ଘଟଣା ପରେ ଟ୍ରକରେ ଫସିଥିଲେ ଡ଼୍ରାଇଭରରାସ୍ତା କଡରେ ମୃତଦେହନବ ନିର୍ମିତ ଶିବ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋସ୍ଚବ ପାଳିତକେନ୍ଦ୍ରମନ୍ତ୍ରୀ ଙ୍କ ଉପରେ ଛାତ୍ର କଂଗ୍ରେସର କାଳି ମାଡ଼ପୁଣି ଆସୁଛି କାଳବୈଶାଖୀଇତିହାସ ରଚିଲା ଭାରତୀୟ ବ୍ୟାଡମିଣ୍ଟନ ଟିମ୍ଚଳଚଞ୍ଚଳ ରଥ ଖଳା, ମା’ ଚର୍ଚ୍ଚିକାଙ୍କ ନିକଟରେ ସିଂଗଡା ବାଡ଼ିଆ କାର୍ଯ୍ୟ ଆରମ୍ଭସରପଞ୍ଚଙ୍କୁ ଜିଆରଏସଙ୍କ ମାଡ଼ ମାରିବା ଅଭିଯୋଗରେ ଥାନରେ ଏତାଲା