ଭୁବନେଶ୍ୱର, ଚଳିତ ମାସ ୧୮ ତାରିଖରେ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ସଂପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ଆରମ୍ଭ ହେବାକୁ ଯାଉଥିବା ଏହି ବୈଠକରେ ରାଜ୍ୟ ବଜେଟ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି । ଗୃହକୁ ସୂଚାରୁରୂପେ ପରିଚାଳନା କରିବା ନିମିତ୍ତ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସବୁଦଳର ବିଧାୟକଙ୍କର ସହଯୋଗ ଲୋଡିଛନ୍ତି ।
ଏହା ପୂର୍ବରୁ ଆସନ୍ତା ୧୭ ତାରିଖରେ ଗୃହର ସୁପରିଚାଳନା ନିମନ୍ତେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ବିଧାନସଭା ଚାଲୁଥିବା ସମୟରେ ବିଧାନସଭା ଭିତରକୁ ଯିବାକୁ ଥିବା ସମସ୍ତ ବ୍ୟକ୍ତିବିଶେଷଙ୍କର ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ କୋଭିଡ ଟେଷ୍ଟ କରାଯିବ ବୋଲି ସୂଚନା ମିଳିଛି ।