You are currently viewing ଆସୁଛି ଆଉ ଏକ ଲଘୁଚାପ

ଆସୁଛି ଆଉ ଏକ ଲଘୁଚାପ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର( ଏ ଏନ୍ ଏସ)୧୭/୦୮, ଲଘୁଚାପ ଜନିତ ବର୍ଷା ଓ ବନ୍ୟାରେ ବୁଡିଲାଣି ଅଧା ଓଡ଼ିଶା । ବନ୍ୟା ପାଇଁ ଅନେକ ଅଞ୍ଚଳ ବୁଡିଲାଣି। ବନ୍ୟା ପାଣି ଯୋଗୁଁ ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ।  ପୁଣି ବେହାଲ କରିବାକୁ ଆସୁଛି ଆଉ ଗୋଟିଏ ଲଘୁଚାପ।  ଆସନ୍ତା ୧୯ରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। 

ଉତ୍ତର ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ୧୮ରୁ ପୁଣି ପ୍ରବଳ ବର୍ଷା ଆରମ୍ଭ ହେବ। ଲଘୁଚାପ ପ୍ରଭାବରେ  ୧୮, ୧୯ ଓ ୨୦  ତିନି ଦିନ  ରାଜ୍ୟରେ ପ୍ରବଳ ବର୍ଷିବ।  ୧୯ ଓ ୨୦ ଭୀଷଣ ବର୍ଷା ହେବ। ୨୦ ଓ ୨୧ରେ  ଛତିଶଗଡରେ ଭାରୀ ବର୍ଷା ହେବ।  ମହାନଦୀ ପୁଣି ଫୁଲିବ। 

ଅନ୍ୟମାନଙ୍କୁ ଜଣାନ୍ତୁ।