ଅଳିଆ ଗଦାରୁ ମିଳିଲା ଜନ୍ମିତ ଶିଶୁ

ନବରଙ୍ଗପୁର, ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପିଆଜ ଅଖାରେ ଗୁଡାଇ ହୋଇ ଅଳିଆ ଗଦାରେ ପଡିଥିବା ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି । ତେବେ ଏହି ଶିଶୁପୁତ୍ରକୁ କେହି ଜନ୍ମ କରି ଫିଙ୍ଗିଦେଇଥିବା ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଜଣେ ମହିଳା ଅଳିଆ ପକାଇ ଯାଇଥିବାବେଳେ ଅଳିଆ ଗଦାରୁ ଛୋଟ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ । ପରେ ଉକ୍ତ ଶିଶୁକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଶିଶୁଟିର ଚିକିତ୍ସା ପରେ ବର୍ତ୍ତମାନ ଶିଶୁଟି ସୁସ୍ଥ ଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.