କଟକ ପାଲାମଣ୍ଡପ ନିକଟରେ ଜଳିଗଲା ଯାତ୍ରୀବାହୀ ବସ୍

କଟକ, କଟକ ପାଲାମଣ୍ଡପ ନିକଟରେ ଥିବା ପୁରୀ ବସ ଷ୍ଟାଣ୍ଡରେ ଏକ ବସରେ ନିଆଁ ଲାଗିଥିବା ସୂଚନା ମିଳିଛି। ପାଲାମଣ୍ଡପ ପୁରୀ ବସ୍ ଷ୍ଟାଣ୍ଡ ନିକଟରେ ଛିଡା ହୋଇଥିବା ଯାତ୍ରୀବାହୀ ବସରେ ନିଆଁ ଲାଗିଯାଇଛି । ବସ୍ ଭିତରେ କୌଣସି ଯାତ୍ରୀ ନଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ସୂଚନା ମିଳିନାହିଁ । ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ବସରେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ।

Leave A Reply

Your email address will not be published.