ପୋଖରୀରୁ ମିଳିଲା କଙ୍କାଳ

ଯାଜପୁର, ପୋଖରୀରୁ ମିଳିଲା କଙ୍କାଳ । ଏନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ସଦର ଥାନା କପିଳେଶ୍ୱର ବଣିଆପଡାସ୍ଥିତ ପୋଖରୀରେ । ଖବର ପାଇବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


ଏଠାରେ ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ତଳେ ଯାଆଁଳା ଫାଣ୍ଡି ପରିସରରେ ଥିବା ଏକ କାରରୁ ଏକ ମହିଳାଙ୍କ କଙ୍କାଳ ଉଦ୍ଧାର ହୋଇଥିଲା । ମହିଳାଙ୍କର ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନଥିବାବେଳେ । ଆଉ ଏକ ନର କଙ୍କାଳ ଯାଜପୁର ଅଞ୍ଚଳ ପୋଖରୀରୁ ମିଳିବା ନେଇ ଆତଙ୍କ ସୃଷ୍ଟି ହୋଇଛି । ତେବେ ଦେଖିବାକୁ ବାକି ରହିଲା ଉଭୟ କଙ୍କାଳର ପରିଚୟ ମିଳୁଛି କେବେ ?

Leave A Reply

Your email address will not be published.