ମୟୁରଭଞ୍ଜ(ଏଏନଏସ)୦୪/୦୫, ପ୍ରତ୍ୟେକ ମଣିଷ ବଞ୍ଚିବା ପାଇଁ ଓ ନିଜ ପରିବାର ପୋଷିବା ପାଇଁ କିଛି ନା କିଛି ସଂଘର୍ଷ କରିଥାଏ । ସେହିପରି ମୟୁରଭଞ୍ଜ ଜିଲ୍ଲାର ଶୁକୃଳି ବ୍ଲକ କୁମ୍ଭୀରଦା ଗାଁ ପ୍ରୀତି ଥୟାଲ ସଂଘର୍ଷ କରୁଛନ୍ତି ନିଜ ପାଇଁ ଓ ନିଜ ପରିବାର ପାଇଁ । ବୟସ ମାତ୍ର ୧୬ ବର୍ଷ । ପରିବାର କହିଲେ ବିଧବା ମା’ ଓ ସାନ ଭଉଣୀ । ମାତ୍ର ୧୧ ବର୍ଷ ବୟସରୁ ବାପାଙ୍କୁ ହରାଇଛନ୍ତି । ଆଉ ସେବେଠାରୁ ଆରମ୍ଭ ହୋଇଯାଇଛି ପ୍ରୀତିଙ୍କ ସଂଘର୍ଷପୂର୍ଣ୍ଣ ଜୀବନ । ବିଧବା ମା’ ଏବଂ ସାନଭଉଣୀର ଦାୟିତ୍ୱ ଏବେ ପ୍ରୀତି ଉପରେ । ବର୍ତ୍ତମାନ ସେ ଖିଚିଂ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ । କଲେଜରୁ ପାଠପଢା ସାରି ଫେରିବା ପରେ ସନ୍ଧ୍ୟାରେ ନିଜ ଉଠାଦୋକାନକୁ ଚାଲିଆସନ୍ତି । ଏଥିରୁ ଯାହା କିଛି ରୋଜଗାର ହୁଏ ସେଥିରେ ତାଙ୍କ ପରିବାର କଷ୍ଟେମଷ୍ଟେ ଚଳିଯାଏ । ଅନ୍ୟପଟେ କେବଳ ରାସନ କାର୍ଡରେ ମିଳୁଥିବା ଚାଉଳକୁ ଛାଡିଦେଲେ ଅନ୍ୟ ସମସ୍ତ ସରକାରୀ ସୁବିଧାରୁ ସେ ବଞ୍ଚିତ । ମା’ ଓ ସାନଭଉଣୀ ସହ ଏକ ଛୋଟିଆ ଚାଳ ଘରେ ରୁହନ୍ତି । ସେହି ବରା ପକୁଡି ଦୋକାନରୁ ପରିବାର ପୋଷିବା ସହ ପାଠପଢି ଚାକିରି କରିବେ ବୋଲି ପଣ କରିଛନ୍ତି ପ୍ରୀତି । ତାଙ୍କର ପରିଶ୍ରମ କେବେ ବ୍ୟର୍ଥ ଯିବନି ବୋଲି କହିଛନ୍ତି ପ୍ରୀତି । ଏତେ କଁଅଳ ବୟସରେ କଠିନ ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ଆଗରେ ଦାରିଦ୍ର୍ୟତା ହାର ମାନିବାକୁ ବାଧ୍ୟ ହୋଇଛି । ଅବାସ ଯୋଜନାରେ ଘର ଏବଂ ଉଜ୍ଜଳା ଯୋଜନାରେ ଗ୍ୟାସ ପାଇବାକୁ ମଧ୍ୟ ଆଶା ରଖିଛନ୍ତି ସେ । ସରକାର ଏବଂ କେହି ବଦାନ୍ୟ ବ୍ୟକ୍ତି ପ୍ରୀତିଙ୍କୁ ସାହାର୍ଯ୍ୟ କଲେ ସେ ଭବିଷ୍ୟତରେ ଆଗକୁ ବଢିବାର ସାହାରା ପାଇପାରନ୍ତେ ।
ରାସ୍ତାକଡକୁ ଖସିଲା ଯାତ୍ରୀବାହୀବସ୍ଆଡ଼ପ ମଣ୍ଡପରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତୀଜାଣନ୍ତୁ ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରିବାର ଫାଇଦାଭୁଲରେ ବି ମଙ୍ଗଳବାର ଦିନ କରନ୍ତୁ ନାହିଁ ଏହିସବୁ କାମ, ଦେଖାଦେଇପାରେ ସମସ୍ୟାମହିଳାମାନଙ୍କ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦୂର କରେ ଅମୃତଭଣ୍ଡା, ଜାଣନ୍ତୁ କ’ଣ?ମଧୁମେହ ରୋଗୀ କରନ୍ତୁ ଏହି ଚା’ର ସେବନଉଡୁଥିବା ହୋଟେଲANS [email protected]କର୍ଡନରେ ପଶି ରଥ ଛୁଇଁଲେ ମାଳ ମାଳ ଅଣଓଡ଼ିଆ,ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା