You are currently viewing ଟ୍ରେନ ତଳେ ଶୋଇ ଭିଡିଓ ବନାଇଲେ ଯୁବକ

ଟ୍ରେନ ତଳେ ଶୋଇ ଭିଡିଓ ବନାଇଲେ ଯୁବକ

  • Post category:ଓଡିଶା
  • Reading time:1 mins read

କଳାହାଣ୍ଡି (୨୫.୩.୨୩) : ରିଲ୍ସ ନିଶା ଯୁବପୀଢ଼ିଙ୍କୁ ଆଜିକାଲି ପାଗଳ କରିଛି । ସୋସିଆଲ ମିଡିଆରେ ସାମନ୍ୟା ଟିକେ ପ୍ରସିଦ୍ଧି ପାଇଁ ଯୁବପୀଢ଼ି ରିଲ୍ସ ପାଇଁ କେମିତି ବାଇଆ ହେଉଛନ୍ତି, ଆପଣମାନେ ଅନେକ ଭିଡିଓ ଦେଖିଥିବେ । ଠିକ୍ ସେହିଭଳି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଆପଣଙ୍କୁ ବିଚଳିତ କରିବ । ରେଳ ତଳେ ରିଲ୍ସ । ରେଳ ଧାରଣାରେ ଶୋଇ, ରେଳ ତଳେ ରିଲ୍ସ ପ୍ରସ୍ତୁତ କରୁଛନ୍ତି ଜଣେ ଯୁବକ । ଭିଡିଓଟିରେ ଦେଖିବାକୁ ମିଳିଛି । ଯୁବକ ଜଣଙ୍କ ରିଲ୍ସ ବନାଇବା ପାଇଁ ପ୍ରଥମେ ପ୍ରସ୍ତୁତ ହେଉଛନ୍ତି । ଅତି ବିପଦଜନକ ଭାବରେ ରେଳ ଧାରଣାର ମଝିରେ ଶୋଇଛନ୍ତି, ପଛପଟୁ ଟ୍ରେନ ଆସୁଛି । ଟ୍ରେନ ପାଖାପାଖି ହେବା ଦେଖିବା ପରେ ମୁଣ୍ଡ ମାଡି ଧାରଣାରେ ଶୋଇ ଯାଉଛି । ଆଉ ତା ଭିତରେ ଟ୍ରେନଟି ଆସି ତା ଉପର ଦେଇ ଅତିକ୍ରମ କରୁଛି । ଏପରକି ଟ୍ରେନ୍ ଅତିକ୍ରମ କରିବା ସମୟରେ ତଳେ ଶୋଇ ଭିଡିଓ ପାଇଁ ସେ ହାତ ହଲାଉଛି । ଏହି ଭିଡିଓଟି କଳାହାଣ୍ଡି ଅଂଚଳର ବୋଲି ଅନୁମାନ କରାଯାଉଛି । କିନ୍ତୁ ଭିଡିଓଟି କେଉଁଠି ସୁଟିଂ ହୋଇଛି ତାହା ଅଧିକାରୀଙ୍କ ଭାବେ କେହି ସ୍ପଷ୍ଟ କରିନାହାଁନ୍ତି ।

ହେଲେ, ସୂଚନା ଅନୁସାରେ ଏଭଳି ବିପଦଜନକ ରିଲ୍ସ ବନାଇଥିବା ପିଲାଙ୍କୁ ଖୋଜୁଛି ପୋଲିସ । ଦର୍ଶକବନ୍ଧୁ ଅନେକ ସମୟରେ ଦେଖିଥିବେ ରିଲ୍ସ ନିଶାରେ କେମିତି ଜୀବନ ଯାଏ । ତଥାପି ସଚେତନ ହେଉନାହାଁନ୍ତି ଏଭଳି କିଛି ପିଲା । ହାତରେ ମୋବାଇଲ ପାଇ, ନିଜ ଜୀବନ ସହ ଏମିତି ଖେଳ ଖେଳୁଛନ୍ତି । ଯେଉଁମାନଙ୍କୁ ନା ଜୀବନ ଯିବାର ଭୟ ଅଛି, ନା ବାପା ମାଙ୍କର ଭୟ । ତେଣୁ ଏଭଳି ବିପଦଜନକ ରିଲ୍ସ ପ୍ରସ୍ତୁତ କରିବାରୁ ଯୁବ ପୀଢ଼ି ସତର୍କ ରହିବା ଅତି ଜରୁରୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।