ଯୁବକ ଙ୍କୁ ବିଭତ୍ସ ହତ୍ୟା

ଭଦ୍ରକ (2.2.23): ଭଦ୍ରକ ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥ ପାର୍ଶ୍ୱ ଚରମ୍ପା ଧାମରା ରେଳ ଓଭରବ୍ରିଜ ନିକଟ ଏକ ଜମିରେ ଯୁବକ ଙ୍କ ମୃତ ଶରୀର ପଡିରହିଥିବା ଦେଖିବାକୁ ମିଳିଛି. ଯୁବକର ଏହି କ୍ଷତ , ଧାରୁଆ ମାରଣାସ୍ତ୍ର ର ଵୋଲି ଅନୁମାନ କରାଯାଉଛି. ମୃତକ ଜଣଙ୍କ ଭଦ୍ରକ ଟାଉନ୍ ଅନ୍ତର୍ଗତ ଅସ୍ଥଳ ପୂଜାରୀ ସାହିର ଅଜୟ ଦାସ ଙ୍କ ପୁଅ ନୀଳକଣ୍ଠ ଦାସ (ରିଣ୍ଟୁ) ବୋଲି ଜଣାପଡିଛି। ତେବେ ଘଟଣାସ୍ଥଳରେ ଗ୍ରାମାଞ୍ଚଳ ପୋଲିସ ସହ ସାଇନ୍ଟିଫିକ ଟିମ ଓ ଡଗ ସ୍କ୍ୱାର୍ଡ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି. କେଉଁ କାରଣ ପାଇଁ ଯୁବକ ଜଣକୁ ହତ୍ୟା କରାଯାଇଛି ତାହା ଜଣା ପଡିନଥିବା ବେଳେ ପୋଲିସ ତଦନ୍ତ ପରେ ତାହା ସ୍ପଷ୍ଟ ହେବ ବୋଲି ସୁଚନା ମିଳିଛି.

Leave A Reply

Your email address will not be published.