ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଶଶୁର ମୃତ, ଜ୍ୱାଇଁ ଗୁରୁତର

ଯାଜପୁର, (ଉମେଶ ଚନ୍ଦ୍ର ସାହୁ); କୋରେଇ ଥାନା ଅନ୍ତର୍ଗତ ଆଲିଆ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର ସହ ବାଇକ ଧକ୍କାରେ ଶଶୁର ମୃତ ଜ୍ବାଇଁ ଗୁରୁତର ହୋଇଛନ୍ତି । ଗୁରୁତରକୁ କଟକ ସ୍ଥାନାନ୍ତର କରାଯାଇଛି । ସୂଚନାମୁତାବକ ମୃତ ଶଶୁର ଵାବୁଲି ସାମଲ ଜ୍ୱାଇଁ ନବୀନ ଯାଦବଙ୍କୁ ବାଇକ ଯୋଗେ ପାଣିକୋଇଲିକୁ ଛାଡିବାକୁ ଯାଉଥିବା ସମୟରେ ଆଲିଆ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ କାର ସହିତ ଦୁର୍ଘଟଣା ଘଟିଥିଲା ।

ତେବେ କାରଟି ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିଲା । ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଂଚି ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଯାଜପୁର ରୋଡ ଗୋଷ୍ଠି ସ୍ବାସ୍ତ୍ୟକେନ୍ଦ୍ରକୁ ପଠାଇଥିଲେ । ଡାକ୍ତର ଚିକିତ୍ସା ପରେ ଶଶୁର ବାବୁଲି ସାମଲଙ୍କୁ ମୃତ ଘୋଷଣା କରିଥିବା ବେଳେ, ଗୁରୁତର ନବୀନ ଯାଦବଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡିକାଲକୁ ପଠାଇଛନ୍ତି । ଦୁର୍ଘଟଣାର ଖବରପାଇ କୋରେଇ ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.