ଓଲଟିଲା ପିକ୍‌ନିକ୍‌ ବସ୍‌, ୧ମୃତ

ରାୟଗଡ଼ା, ଭୁବନେଶ୍ୱରରୁ ବାହାରି କୋରାପୁଟର ଗୁପ୍ତେଶ୍ୱର ଯାଇଥିବା ଏକ ପିକ୍‌ନିକ୍‌ ବସ୍‌ ଓଲଟି ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ୧୫ଜଣ ଆହତ ମଧ୍ୟ ହୋଇଛନ୍ତି । ଘଟଣାଟି ରାୟଗଡ଼ା ଜିଲ୍ଲା କେନ୍ଦୁପଡ଼ାର ଡମ୍ବୁଲାପଦରଠାରେ ଥିବା ଏକ ଟର୍ଣ୍ଣିଂ ପଏଣ୍ଟରେ ହୋଇଛି । ସୂଚନାଥାଉକି, ଉକ୍ତ ବସ୍‌ଟିରେ ୨୦ଜଣ ସଦସ୍ୟ ଥିବା ସୂଚନା ମିଳିଛି । ପିକ୍‌ନିକ୍‌ ସାରି ଫେରୁଥିବାବେଳେ, ବସ୍‌ଟି ଭାରସାମ୍ୟ ହରାଇ ଏଭଳି ଦୁର୍ଘଟଣା ଘଟିଥିବା ଜାଣିବାକୁ ମିଳିଛି । ତେବେ ଆହତମାନଙ୍କୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.