ଭୁବନେଶ୍ୱର, ଅଗ୍ରାଧିକାର ଭିତ୍ତିରେ ଟିକାକରଣ ହେବ । ଅଧିକ ସଂକ୍ରମଣର ଆଶଙ୍କା ରହିଥିବାରୁ ୪୫ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ଟିକାକରଣ କରାଯିବ । ସ୍କୁଲ ଓ କଲେଜ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଟିକାକରଣ କରାଯିବ । ତେବେ ଏହି ଟିକାକରଣରେ ସାମିଲ ରହିଛନ୍ତି ଉଠାଦୋକାନୀ, ମାଂସ ଓ ମାଛ ଦୋକାନୀ, ଅଟୋ ଓ ବସ୍ ଡ୍ରାଇଭର, ସେଲୁନ୍ ମାଲିକ ଓ କର୍ମଚାରୀ, ସିକ୍ୟୁରିଟି ଗାର୍ଡ, ରେଷ୍ଟୁରାଣ୍ଟ କର୍ମଚାରୀ , ବିଭିନ୍ନ ଧର୍ମାନୁଷ୍ଠାନର ପୂଜାରୀମାନେ । ଏନେଇ ସବୁ ଜିଲ୍ଲାପାଳ ଓ ମହାନଗର ନିଗମ କମିସନରଙ୍କୁ ଚିଠି ଲେଖିଛନ୍ତି ଏସିଏସ ପି.କେ. ମହାପାତ୍ର ।
ଟିକାକରଣ ନେଇ କ’ଣ ଚିଠି ଲେଖିଲେ ଏସିଏସ ପି.କେ. ମହାପାତ୍ର, ଜାଣନ୍ତୁ
- Post published:March 31, 2021
- Post category:ଓଡିଶା
- Reading time:1 mins read