କଟକ, ପୁଣି ଥରେ ବର୍ଷା ଅଭିଯୋଗ ଆଣିଲେ ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ନାମରେ । ବର୍ଷା ରହୁଥିବା ରୁମର ବିଦ୍ୟୁତ ସଂଯୋଗ କାଟିଦେଇଥିବା ଅଭିଯୋଗ ଆଣିଛନ୍ତି ବର୍ଷା । ଏନେଇ ବର୍ଷା ପୁରୀ ଘାଟ ଥାନାରେ ଏତଲା ଦେଇଛନ୍ତି ।
ବର୍ଷା ଅଭିଯୋଗ ଆଣିଛନ୍ତି ଯେ, ଶାଶୁ ଘର ଲୋକ ସେ ରହୁଥିବା ରୁମରୁ ଏସି ଓ ଟିଭିରୁ ବିଦ୍ୟୁତ ସଂଯୋଗ କାଟି ଦେଇଛନ୍ତି ଏବଂ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେବା ସହ ହଇରାଣ ମଧ୍ୟ କରୁଛନ୍ତି ।
ତେବେ ବର୍ଷା-ଅନୁଭବ ବିବାଦ ଥମୁନାହିଁ । ଏହା ପୂର୍ବରୁ ସାଂସଦ ସ୍ୱାମୀ ଅନୁଭବଙ୍କ ବିରୋଧରେ ବର୍ଷା ସାଂଘାତିକ ଅଭିଯୋଗ ଆଣି ଆଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପରେ ବର୍ଷାଙ୍କ ଅନୁରୋଧ କ୍ରମେ ଏହି ମାମଲା ଦିଲ୍ଲୀରୁ କଟକ ଫ୍ୟାମିଲିକୋର୍ଟକୁ ସ୍ଥାନାନ୍ତର ହୋଇଥିଲା ।