୨୬ରୁ ହେବ ଆଦିବାସୀ ମେଳା

ଭୁବନେଶ୍ୱର, ଆସନ୍ତା ୨୬ତାରିଖରୁ ରାଜଧାନୀରେ ଆରମ୍ଭ ହେବ ଆଦିବାସୀ ମେଳା । ଏହି ମେଳା ଫେବୃଆରୀ ୯ପର୍ଯ୍ୟନ୍ତ ଚାଲିବ । ଏହି ମେଳା ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆ ପରିବର୍ତ୍ତେ ୟୁନିଟ୍‌-୧ ସ୍ଥିତ ଆଦିବାସୀ ପଡ଼ିଆରେ ଅନୁଷ୍ଠିତ ହେବ । ଏଥିପାଇଁ ସମୟ ମଧ୍ୟ ନିର୍ଦ୍ଧାରଣ କରାଯାଇଛି । ସକାଳ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହା ଖୋଲା ରହିବ । ଆଦିବାସୀ ପଡ଼ିଆକୁ ଆସିବା ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ଆଗୁଆ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମ ମାଧ୍ୟମରେ ପଞ୍ଜୀକରଣ କରିପାରିବେ। ତେବେ ଅନ୍‌ଲାଇନ୍ ପଞ୍ଜୀକରଣ ବାଧ୍ୟତାମୂଳକ ନୁହେଁ। ଏହା କେବଳ ଏକ ସ୍ବତନ୍ତ୍ର ସୁବିଧା ବୋଲି ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଜାନୁଆରି ୨୩ ତାରିଖରୁ ଏହି ପଞ୍ଜୀକରଣ ସୁବିଧା ମେଳାର ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ଉପଲବ୍ଧ ହେବ।

Leave A Reply

Your email address will not be published.