You are currently viewing ବିଚାରପତି ଭାବେ ଶପଥ ନେଲେ ଓକିଲ ଏଲ ଭିକ୍ଟୋରିଆ ଗୌରୀ

ବିଚାରପତି ଭାବେ ଶପଥ ନେଲେ ଓକିଲ ଏଲ ଭିକ୍ଟୋରିଆ ଗୌରୀ

  • Post category:ଓଡିଶା
  • Reading time:1 mins read

ନୂଆଦିଲ୍ଲୀ(୭.୨.୨୩) : ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଓକିଲ ଲକ୍ଷ୍ମଣ ଚନ୍ଦ୍ରା ଭିକ୍ଟୋରିଆ ଗୌରୀଙ୍କ ନିଯୁକ୍ତି ବିରୋଧରେ ହୋଇଥିବା ଆବେଦନ ଗ୍ରହଣ କରିବାକୁ ମନା କରିଛନ୍ତି । ଏନେଇ କୋର୍ଟ କହିଛନ୍ତି କି, ଏହି ମାମଲାରେ କୋର୍ଟଙ୍କ ତରଫରୁ କୌଣସି ଆଦେଶ ଜାରି କରାଯାଇପାରିବ ନାହିଁ । ଏନେଇ ସୋମବାର ଦିନ ହୋଇଥିବା ଆବେଦନର ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ ।ଏହି ମାମଲାର ଶୁଣାଣି ଜଷ୍ଟିସ ସଂଜୀବ ଖାନ୍ନା ଓ ଜଷ୍ଟିସ ବିଆର ଗବଇଙ୍କ ସ୍ୱତନ୍ତ୍ର ଖଣ୍ଡପୀଠରେ ହୋଇଥିଲା । ଆବେଦନକାରୀ ଅଭିଯୋଗ କରିଥିଲେ କି ଏହା ଏକ ଅସାଧାରଣ ମାମଲା ହୋଇଥିବାରୁ ଏଥିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବାର ଆବଶ୍ୟକତା ରହିଛି । ଆବେଦନକାରୀଙ୍କ ପକ୍ଷରୁ ଓକିଲ କହିଥିଲେ କି ଯୋଗ୍ୟତା ଓ ଉପଯୁକ୍ତତା ମଧ୍ୟରେ ପାର୍ଥକ୍ୟ ରହିଛି । ଅଦାଲତ ଉପଯୁକ୍ତତା ଅବଲମ୍ବନ କରିବା ଉଚିତ ନୁହେଁ, ନହେଲେ ସମଗ୍ର ନ୍ୟାୟିକ ପ୍ରକ୍ରିୟା ବାଧାପ୍ରାପ୍ତ ହେବ । ଏହାକୁ ନେଇ ଜଷ୍ଟିସ ସଞ୍ଜୀବ ଖାନ୍ନା କହିଥିଲେ କି ଏଭଳି ଅନେକ ମାମଲା ରହିଛି ଯେତେବେଳେ ରାଜନୈତିକ ପୃଷ୍ଟଭୂମିର ଲୋକଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।