Anubhav-Mohanty

ବିବାଦ ଘେରରେ ଅନୁଭବ: ଘରୋଇ ହିଂସା ମାମଲାର ଶୁଣାଣି କରି ଚାର୍ଜଫ୍ରେମ ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ 

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ): ବିବାଦ ଘେରରେ ଅନୁଭବ। ଓଲିଉଡ଼ ତାରକା ତଥା ସାଂସଦଙ୍କ ପିଛା ଛାଡ଼ୁନି ବିବାଦ। ଧର୍ମପତ୍ନୀ ବର୍ଷା ଠାରୁ ଛାଡ଼ ପତ୍ର ନେବାପରେ କଟକ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଅନୁଭବଙ୍କ ନାମରେ ପାରିବାରିକ ହିଂସା ମାମଲାରେ ଚାର୍ଜ ପ୍ରେମ କରିଛନ୍ତି। ମିଳିଥିବା ସୂଚନା ମୁତାବକ ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ବିବାହ ବିଛେଦ ମାମଲା ଅଦାଲତରେ ଦୀର୍ଘ ଦିନ ଚାଲିବା ପରେ ନିକଟ ଅତୀତରେ କୋର୍ଟ ଉଭୟ ଅଲଗା ରହିବାକୁ ନିର୍ଦେଶ ଦେଇଥିଲେ। ମାତ୍ର ଅନୁଭବଙ୍କ ନାମରେ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ହିଂସା ମାମଲା ଦାଖଲ କରିଥିଲେ। ଯାହାର ବିଚାର କରି କୋର୍ଟ ଅନୁଭବଙ୍କ ନାମରେ ଚାର୍ଜ ପ୍ରେମ କରିଛନ୍ତି। ଏନେଇ ବର୍ଷାଙ୍କ ପକ୍ଷରୁ ପୁରୀଘାଟ ଥାନାରେ ମାମଲା ରୁଜୁହୋଇଥଲା |

ଅନ୍ୟମାନଙ୍କୁ ଜଣାନ୍ତୁ।