ଭୁବନେଶ୍ୱର, ଗତ କିଛି ଦିନ ତଳେ ନିଜକୁ ସାମ୍ବାଦିକ ବୋଲାଇ ଲୁଟ କରୁଥିବା ଅଭିଯୋଗରେ କମିଶନରେଟ ପୋଲିସ ତରଫରୁ ୬ଜଣଙ୍କୁ ଡକାୟତି ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ, ଚଳିତ ମାସ ୨୨.୧୦.୨୦ରେ ପୁଣି ଏକ ଘଟଣା ନଜରକୁ ଆସିଛି । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଶିକ୍ଷା ଅଧିକାରୀ ରାସାନନ୍ଦ କର ଦୁଇ ଜଣ ବୈଦ୍ୟୁତିକ ଗଣମାଧ୍ୟମ ଓ ଜଣେ ମୁଦ୍ରିତ ଗଣମାଧ୍ୟମ ପ୍ରତିନିଧିଙ୍କ ନାମରେ ବୁଗୁଡ଼ା ଥାନାରେ ଏକ ଏତଲା ଦାୟର କରିଛନ୍ତି । ତାଙ୍କର ଅଭିଯୋଗ ଅନୁସାରେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ତାକରଡ଼ା ସ୍କୁଲରେ କାର୍ଯ୍ୟରତ ଥିବାବେଳେ ମନୋଜ କୁମାର ଘଡ଼େଇ(ବଡ଼ଖବର), ପୋଲସରାର ଆଲେକ ଗୌଡ଼(ଓଟିଭି), ଶ୍ରୀ କାଳିଆ ପାଢ଼ି(ପ୍ରମେୟ)ର ପ୍ରତିନିଧିର ପରିଚୟ ଦେଇ ସେ ଅନୁପସ୍ଥିତ ଥିବା ସମୟରେ ତାଙ୍କ ଅଫିସ ଚାମ୍ବର ଭିତରକୁ ପସିଥିଲେ । ଏ ସମ୍ପର୍କରେ ତାଙ୍କର ସହଯୋଗୀଙ୍କ ଠାରୁ ଖବରପାଇ ବିଇଓ ଅଫିସକୁ ଆସିବାରେ ମନୋଜ କୁମାର ଘଡ଼ାଇ ତାଙ୍କ ସାମ୍ନାକୁ ଆସି ୫ହଜାର ଟଙ୍କା ଦେବା ପାଇଁ ଦାବି କରିଥିବାବେଳେ, କାଳିଆ ପାଢ଼ି ତାଙ୍କୁ ୧୫ ହଜାର ଟଙ୍କା ଓ ଆଲୋକ ଗୌଡ଼ ୫ ହଜାର ଟଙ୍କା ଦାବି କରିଥିଲେ । ମିଳିଥିବା ତଥ୍ୟ ଅନୁସାରେ ବୁଗୁଡ଼ା ଥାନା କେସ ନମ୍ବର, ତାରିଖ୨୩.୧.୨୦ରେ ଏକ ମକଦ୍ଦମା ଭାରତୀୟ ଦଣ୍ଡବିଧି ଆଇନ ଦଫା ୩୫୩/୫୦୬/୩୪ ଅନୁସାରେ ମକଦ୍ଦମା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି, ଅଳ୍ପ ଦିନ ବ୍ୟବଧାନରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ନାମରେ ହେଉଥିବା ଅଭିଯୋଗ ସତ୍ୟ ନା କିଛି ଅସାଧୁ ଅଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ବଦନାମ କରାଇ ନିଜେ କରୁଥିବା ଲୁଟ୍ରୁ ଖସିଯିବାର ବିଧିବଧ ଯୋଜନା ଏହାମଧ୍ୟ ତଦନ୍ତ ପରିସରକୁ ଆସିବା ଦରକାର । ନଚେତ୍ ପ୍ରତି ମୁହୂର୍ତ୍ତରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୋଷ ଦେଇ କଣ୍ଠରୋଧ କରିବାର ଅଭ୍ୟାସକୁ ଅସାଧୁ କର୍ମଚାରୀ, କଳାବେପାରୀ ଓ ଅସାମାଜିକ ଲୋକମାନେ ଆପେଣଇ ନେବେ । ଏ ସମ୍ପର୍କରେ ରାଜ୍ୟ ଘରୋଇ ବିଭାଗ ସ୍ୱତନ୍ତ୍ର ତଦନ୍ତ କରିବା ନିହାତି ଜରୁରୀ ।
ଗଞ୍ଜାମକୁ ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତେ ମିଶି କାମ କରିବା: ନବୀନ ପଟ୍ଟନାୟକଆମେରିକାର ମିସିସିପିରେ ଭୟଙ୍କର ଘୂର୍ଣ୍ଣିଝଡସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକରାଜଧାନୀରେ ଏନ୍କାଉଣ୍ଟରରୁକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତଆଜିଠାରୁ ଝଡ଼ବର୍ଷା ସମ୍ଭାବନାଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀଖୋଲିଲା ନକଲି ସାର୍ଟିଫିକେଟ ଗୁମରପରିବହନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠିରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଶୋଭାଯାତ୍ରା