You are currently viewing ଆଜି ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ

ଆଜି ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ

  • Post category:ଓଡିଶା
  • Reading time:1 mins read

ଭଞ୍ଜନଗର ୨୬/୦୩, ଆଜି ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ। ଘୁମୁସରକୁ ଜିଲ୍ଲା ମାନ୍ୟତା ଦାବିରେ ଡାକରା ଦିଆଯାଇଛି। ଘୁମୁସର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ପାଇଁ ଆହ୍ୱାନ ଦିଆଯାଇଛି। ବନ୍ଦ ଡାକରା ଯୋଗୁ ବସ୍ ଚଳାଚଳ ଓ ଗାଡ଼ି ଚଳାଚଳ ବନ୍ଦ ରହିଛି। ଏହାସହ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି। ଆଜି ସକାଳେ ଆନ୍ଦୋଳକାରୀମାନେ ପିକେଟିଂ କରି ଗାଡ଼ି ଚଳାଚଳ ବନ୍ଦ କରିଥିଲେ। ଘୁମୁସରକୁ ୩୦ବର୍ଷ ଜିଲ୍ଲା ମାନ୍ୟତା ପାଇଁ ଦାବି ହୋଇ ଆସୁଛି। ହେଲେ ଘୁମୁସରକୁ ଜିଲ୍ଲା ମାନ୍ୟତା ମିଳିନାହିଁ। ଏହାରି ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ ଡାକରା ଦିଆଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।