You are currently viewing ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

  • Post category:ଓଡିଶା
  • Reading time:1 mins read

ପୁରୀ(ଏଏନଏସ)୧୫/୧୨, ଆଜି ବସୁଛି ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏହି ବୈଠକ । ବୈଠକ ସୂଚୀରେ ୧୧ଟି ପ୍ରସଙ୍ଗ ରହିଥିବା ବେଳେ ଏଥର ମଧ୍ୟ ରତ୍ନଭଣ୍ଡାର ପ୍ରସଙ୍ଗକୁ ସ୍ଥାନୀତ କରିନି ଶ୍ରୀମନ୍ଦିର ପ୍ରଶାସନ । ତେବେ ଏଥିରେ ଅନେକ ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗ ନେଇ ହେବ ଆଲୋଚନା । ଶ୍ରୀମନ୍ଦିରରେ ସ୍ମାର୍ଟ ଫୋନ୍ ଉପରେ କଟକଣା, ରଥ କାଠ ଅଭାବକୁ ନେଇ ଶ୍ରୀଜଗନ୍ନାଥ ବନପ୍ରକଳ୍ପର ସମୀକ୍ଷା, ମହାପ୍ରଭୁଙ୍କ ଜମିଜମା ପ୍ରସଙ୍ଗ ଉପରେ ନିଆଯିବ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି । ଶ୍ରୀମନ୍ଦିର ମରାମତିରୁ ନେଇ ଶ୍ରୀଗୁଣ୍ଡିଚା ମନ୍ଦିର ମରାମତିକୁ ନେଇ ସ୍ୱତନ୍ତ୍ର ଭାବେ ଆଲୋଚନା କରାଯିବ । ତା ସହିତ ରଥ ଯାତ୍ରାରେ ରଥ କାଠ ଅଭାବ ପୂରଣ ନେଇ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ଯାଜନାର ମଧ୍ୟ ସମୀକ୍ଷା କରାଯିବ । ସେପଟେ ପରିଚାଳନା କମିଟିର ପ୍ରସଙ୍ଗ ଅନୁସାରେ ମହାପ୍ରଭୁଙ୍କ ପହିଲିଭୋଗରୁ ନେଇ ସେବକ ବାସଗୃହ, ମହାପ୍ରଭୁଙ୍କ ଜମିଜମା ପ୍ରସଙ୍ଗକୁ ନେଇ ସ୍ୱତନ୍ତ୍ର ଆଲୋଚନା କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନଙ୍କ ପକ୍ଷରୁ ଜଣାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।