You are currently viewing ଆଜି ହେବ ଶବ ବ୍ୟବଚ୍ଛେଦ

ଆଜି ହେବ ଶବ ବ୍ୟବଚ୍ଛେଦ

  • Post category:ଓଡିଶା
  • Reading time:1 mins read

କଣ୍ଟାବାଞ୍ଝି(ବ୍ୟୁରୋ) ୨୧/୧୨, ଆଜି ହେବ ଗୋବିନ୍ଦ ସାହୁଙ୍କର ଶବ ବ୍ୟବଚ୍ଛେଦ । ପୋଷ୍ଟ ମୋର୍ଟମର ଭିଡିଓ ଗ୍ରାଫି ମଧ୍ୟ କରାଯିବ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ହେବ ଶବ ବ୍ୟବଚ୍ଛେଦ । ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ଶବ ବ୍ୟବଚ୍ଛେଦ ହେବ । ଗୋବିନ୍ଦଙ୍କ ମୃତ୍ୟୁ ପରେ ସନ୍ଧ୍ୟାରେ ଗତକାଲି କଂଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଫରେନ୍ସିକ ଟିମ ଓ ପୁଲିସ୍ ଉପସ୍ଥିତିରେ ମୃତଦେହର ପଂଚନାମା କରାଯାଇଥିଲା । ତେବେ ଏହି ସମୟରେ ଗୋବିନ୍ଦଙ୍କ ପକେଟ୍ରୁ ଦୁଇ ପୃଷ୍ଠାର ସୁଇସାଇଡ ନୋଟ ମିଳିଥିବା ପରିବାର ଲୋକେ କହିଛନ୍ତି । ଏହି ସୁଇସାଇଡ ନୋଟ ଏବେ ସମସ୍ତଙ୍କ ନିଦ ହଜାଇ ଦେଇଛି । ଏଥିରେ କ’ଣ ଲେଖା ହୋଇଛି ଓ ତାଙ୍କ ମୃତ୍ୟୁ ପାଇଁ କେଉଁମାନେ ଦାୟୀ ସମ୍ଭବତଃ ଏ ସମ୍ପର୍କରେ ଲେଖା ଯାଇପାରିଥାଏ ବୋଲି କୁହାଯାଉଛି । ତେବେ ପୁଲିସ୍ ଏହି ସୁଇସାଇଡ୍ ନୋଟକୁ ଚପାଇବ ନା’ ତଦନ୍ତ ପରିସରକୁ ଆଣିବ ବୋଲି ପରିବାର ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି । ତେବେ ଏନେଇ ପୁଲିସ ମୁହଁ ଖୋଲୁ ନାହିଁ । ତେଣୁ ଆଜି ମର ଶରୀରର ଶବ ବ୍ୟବଚ୍ଛେଦ ପରେ ଆସିବାକୁ ଥିବା ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।