ଆଜି ହେଉଛି ପବିତ୍ର ବିଜୟା ଦଶମୀ

ଭୁୁବନେଶ୍ୱର (ଏଏନଏସ)୦୫/୧୦, ନବରାତ୍ର ପୂଜା ବହୁ ଧୂମ ଧାମରେ ସରିବା ପରେ ଆଜି ହେଉଛି ପବିତ୍ର ବିଜୟା ଦଶମୀ । ଅସତ୍ୟ ଉଛପରେ ସତ୍ୟର ଜୟ । ସବୁଠାରେ ଚାଲିଛି ଦୁର୍ଗତି ନାଶିନୀଙ୍କ ମା’ ଦୁର୍ଗା ଆରଧନା । ଚାରିଆଡେ ପାର୍ବଣର ମହକ । ଘଣ୍ଟ,ଶଙ୍ଖ,ଧ୍ୱନୀ ମନ୍ତ୍ର ପାଠରେ କମ୍ପୁଛି ମଣ୍ଡପ । ସୁନା ଚାନ୍ଦି ମେଢରେ ଶୋଭା ପାଉଛନ୍ତି ମା’ଦୁର୍ଗା । ସୁଉଚ୍ଚ ତୋରଣ ଗୁଡିକ ରଙ୍ଗୀନ ଆଲୋକ ମାଳାରେ ଝଲସି ଉଠୁଛି । ସନ୍ଧ୍ୟାହେଲେ ଲାଗୁଛି ଭକ୍ତଙ୍କ ଭିଡ । ରାଜ୍ୟର ବିଭିନ୍ନ ସ୍ଥାନେର ମହାଆଡମ୍ବରରେ ଚାଲିଛି ମା’ ଆରାଧନା ।

ପବିତ୍ର ଦଶହରା ଅବସରରେ ପୁରୀରେ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା କଳା ମାଧ୍ୟମରେ ଦୁର୍ଗାପୂଜାର ଶୁଭେଚ୍ଛା ଜଣାଇଛନ୍ତି । ବାଲି ଏବଂ ଫଳକୁ ବ୍ୟବହାର କରି ସେ ମା’ଙ୍କ ପ୍ରତିମା ନିର୍ମାଣ କରିଛନ୍ତି । ଏହି କଳାକୃତି ସମସ୍ତଙ୍କୁ ଆକର୍ଷିତ କରିଛି । ଅନ୍ୟପଟେ ଦଶହରା ଅବସରରେ ଶ୍ରୀ ମନ୍ଦିରରେ ପାଳିତ ହେବ ମହାପ୍ରଭୁଙ୍କ ସୁନାବେଶ । ରାଜା ରାଜେଶ୍ୱର ବେଶରେ ଦର୍ଶନ ଦେବେ ଚତୁଦ୍ଧା ବିଗ୍ରହ । ବିଶ୍ୱାସ ରହିଛିକି ବିଜୟା ଦଶମୀରେ ମହାପ୍ରଭୁଙ୍କୁ ସୁନା ବେଶରେ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳେ । ଏଥିପାଇଁ ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ଲାଗି ରହିଛି ।

Leave A Reply

Your email address will not be published.