You are currently viewing ଆଜିଠୁ ଯୁକ୍ତ ୨ ନାମଲେଖା ପ୍ରକ୍ରିୟା ଆରମ୍ଭ

ଆଜିଠୁ ଯୁକ୍ତ ୨ ନାମଲେଖା ପ୍ରକ୍ରିୟା ଆରମ୍ଭ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର ୨୯/୦୫, ଆଜିଠୁ ଆରମ୍ଭ ହେଉଛି ଯୁକ୍ତ୨ କଲେଜର ପ୍ରଥମ ବର୍ଷରେ ନାମଲେଖା ପ୍ରକ୍ରିୟା । ସିଏଚଏସଇ ଅଧିନ ବିଦ୍ୟାଳୟର କଳା, ବିଜ୍ଞାନ, ବାଣିଜ୍ୟ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ହେବ ନାମଲେଖା । ର୍ବାହ୍ନ ୧୧ଟାରେ ସାମ୍‌ସ ପୋର୍ଟାଲ www.samsodisha.gov.in ରେ କମନ୍‌ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବ । ଛାତ୍ରଛାତ୍ରୀମାନେ ଜୁନ୍ ୨୦ତାରିଖ ସୁଦ୍ଧା ନାମ ପଞ୍ଜୀକରଣ କରିପାରିବେ । ଜୁନ୍ ୨୮ ତାରିଖ ପୂର୍ବାହ୍ ୧୧ଟା ୪୫ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ଜୁନ୍ ୨୯ରୁ ଜୁଲାଇ ୫ ତାରିଖ ମଧ୍ୟରେ ନାମଲେଖା ଅନୁଷ୍ଠିତ ହେବ ।

ଜୁଲାଇ ୧୩ରେ ଦ୍ବିତୀୟ ମେଧା ତାଲିକା ପ୍ରକାଶ ପାଇବ ଏବଂ ୧୪ରୁ ୧୭ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ରିପୋର୍ଟିଂ କରିବେ । ସ୍ପଟ୍‌ ନାମଲେଖା ପାଇଁ ଜୁଲାଇ ୧୯ରୁ ୨୧ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଚଏସ୍‌ ଲକିଂ କରିପାରିବେ । ଜୁଲାଇ ୨୬ରେ ସ୍ପଟ୍‌ ‌ସିଲେକ୍ସନ ତାଲିକା ପ୍ରକାଶ ପାଇବ । ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୨୬ ଓ ୨୭ରେ ଅନୁଷ୍ଠିତ ହେବ । ଜୁଲାଇ ୨୯ରୁ ଏକା‌ଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ଏଥର କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ନାମଲେଖା ଅନୁଷ୍ଠିତ ହେବ । ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି ୨୦୦ ଟଙ୍କା ଏବଂ ଅନ୍ୟବର୍ଗଙ୍କ ପାଇଁ ୧୦୦ ଟଙ୍କା ରଖାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।