ଭୁବନେଶ୍ୱର(ଏଏନଏସ)୧୫/୧୦, ଆରମ୍ଭ ହୋଇ ସାରିଛି ଧର୍ମ ମାସ କାର୍ତ୍ତିକ । ପ୍ରାୟ ଲୋକ ଏହି ମାସରେ ଆମିଷ ଖାଆନ୍ତି ନାହିଁ । ଆଉ ଏହି ସମୟରେ ଏବେ ପରିବା ଦର ଆକାଶ ଛୁଆଁ । ସାଧାଣ ଲୋକଙ୍କ ସହ ହବିଷିଆଳି ମାନେ ମଧ୍ୟ ହଇରାଣ ହେଉଛନ୍ତି । ହବିଷ ରାନ୍ଧିବା ପାଇଁ ହବିଷ ପରିବାକୁ ଏତେ ଦାମ୍ ଦେଇ କିଣିବାକୁ ବାଧ୍ୟ ହେଉଛନ୍ତି । ପ୍ରତ୍ୟେକ ପରିବାର ଦର କିଲୋ ପିଛା ୬୦ ଟଙ୍କା ଉପରେ । ଏବେ ଆଳୁ ଓ ପିଆଜ କିଲୋ ୨୫ରୁ ୩୫ ଟଙ୍କା ରହିଛି । କିନ୍ତୁ ବାକି ସବୁ ପରିବା ଦର ଆକାଶ ଛୁଆଁ ରହିଛି । ଭେଣ୍ଡି, ଟମାଟୋ, ଗାଜର, ପୋଟଳ, ସାରୁ କିଲୋ ୬୦ ଟଙ୍କା ଉପରେ ରହିଛି । ସେହିପରି ଝୁଡ଼ଙ୍ଗ ୮୦ଟଙ୍କା, ବିନଓ ୧୦୦ଟଙ୍କା, ମାଟି ଆଳୁ ୯୦ଟଙ୍କା ରହିଛି । ଆମିଷ ଖର୍ଚ୍ଚଠୁ ବଳେଇ ପଡ଼ୁଛି ନିରାମିଷ ଭୋଜନ । ଛତୁ ଓ ପନିର ଦର ବୃଦ୍ଧି ଯୋଗୁଁ ମାସକ ପାଇଁ ଆମିଷ ପଶୁନଥିବା ପରିବାର ଲୋକେ ପ୍ରଭାବିତ ହେଉଛନ୍ତି । ଏଣେ ବଜାର ଦରବୃଦ୍ଧି ଯୋଗୁଁ ହୋଟେଲ ମିଲ ଦର ମଧ୍ୟ ବଢ଼ି ଯାଇଥିବାରୁ କର୍ମଜୀବୀମାନେ ଏହାର ଶିକାର ହେଉଛନ୍ତି ।
ଆମେରିକାର ମିସିସିପିରେ ଭୟଙ୍କର ଘୂର୍ଣ୍ଣିଝଡସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକରାଜଧାନୀରେ ଏନ୍କାଉଣ୍ଟରରୁକୁଣା ରଥଯାତ୍ରା ନେଇ ସମନ୍ୱୟ ବୈଠକ ଅନୁଷ୍ଠିତଆଜିଠାରୁ ଝଡ଼ବର୍ଷା ସମ୍ଭାବନାଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀଖୋଲିଲା ନକଲି ସାର୍ଟିଫିକେଟ ଗୁମରପରିବହନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠିରାଜଧାନୀରେ ଜନଜାତି ସୁରକ୍ଷା ମଞ୍ଚର ଶୋଭାଯାତ୍ରାମହୁମାଛି ଆକ୍ରମରରେ ବୃଦ୍ଧ ଗୁରୁତର