୧୦ ସୁଦ୍ଧା ସମସ୍ତ ସ୍ବାସ୍ଥ୍ୟ କର୍ମୀ ନେବେ କରୋନା ଟିକା : ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା

ଭୁବନେଶ୍ୱର, ରାଜ୍ୟରେ ଗତ ୧୬ ତାରିଖରୁ ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇଛି । ରାଜ୍ୟର ସବୁ ଜିଲ୍ଲାରେ ଟିକାକରଣ କାର୍ଯ୍ୟ ସଫଳ ଭାବେ ଜାରି ରହିଛି । ଆଜି ପର୍ଯ୍ୟନ୍ତ ୧ଲକ୍ଷ ୭୮ ହଜାର ୨୨୭ ଜଣଙ୍କର ଟିକାକରଣ ହୋଇସାରିଛି । ଆଉ ୧ଲକ୍ଷ ୬୦ହଜାର୪୭୩ ଜଣ ଟିକା ନେବେ । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଫେବ୍ରୁଆରି ୧୦ ସୁଦ୍ଧା ସବୁ ସ୍ବାସ୍ଥ୍ୟ କର୍ମୀଙ୍କୁ ପ୍ରଥମ ଡୋଜ୍ ଦିଆଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

Leave A Reply

Your email address will not be published.