କାଲିଠୁ ବିନା କୋଭିଡ ରିପୋର୍ଟରେ ଶ୍ରୀଜିଉଙ୍କ ଦର୍ଶନ

ପୁରୀ, ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ବେଶ । ଅପରାହ୍ନ ୪ଟାରୁ ରାତି ୮ଟା ଯାଏ ଦର୍ଶନ ବନ୍ଦ ରହିଛି । କାଲିଠୁ ବିନା କୋଭିଡ ରିପୋର୍ଟରେ ମହାପ୍ରଭୁ ଦର୍ଶନ କରିବେ ଭକ୍ତ । ଏଥି ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି । ଦର୍ଶନ ବ୍ୟବସ୍ଥା ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ DIG ଆଶିଷ ସିଂହ । ଦର୍ଶନ ବ୍ୟବସ୍ଥା ପାଇଁ ୨୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ିର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.