You are currently viewing ଅଭିନେତ୍ରୀ ରିୟାଙ୍କ ନାଁରେ ଅଭିଯୋଗ : ନିର୍ଯ୍ୟାତନାର ଶିକାର ହେଉଥିଲେ ଘରୋଇ ସହାୟକ

ଅଭିନେତ୍ରୀ ରିୟାଙ୍କ ନାଁରେ ଅଭିଯୋଗ : ନିର୍ଯ୍ୟାତନାର ଶିକାର ହେଉଥିଲେ ଘରୋଇ ସହାୟକ

  • Post category:ଓଡିଶା
  • Reading time:1 mins read

ଏଏନଏସ : ଓଡିଆ ଅଭିନେତ୍ରୀ ରିୟାଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ । ଘରୋଇ ସହାୟକାଙ୍କୁ ପାରିଶ୍ରମିକ ନଦେଇ ଉଭୟ ମାନସିକ ଓ ଶାରରୀକ ନିର୍ଯ୍ୟାତନା ଦେଉଥିଲେ ରିୟା ଦେ । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହେଇଛି । ନିର୍ଯ୍ୟାତନାର ଶିକାର ହୋଇଥିବା ବର୍ଷା ବେହେରା ଏହି ଅଭିଯୋଗ କରିଛନ୍ତି । ରିୟା ଓ ତାଙ୍କ ସ୍ୱାମୀ ତାଙ୍କୁ ପ୍ରବଳ ମାଡ ମାରୁଥିବାର ବର୍ଷା ଏତଲାରେ ଉଲ୍ଲେଖ କରିଛନ୍ତି । ଅଭିଯୋଗକୁ ଆଧାର କରି ପୋଲିସ ରିୟାଙ୍କୁ ଯୋଗାଯୋଗ କରିଥିବାର ସୂଚନା ମିଳିଛି ।

ବର୍ଷାଙ୍କ ଅଭିଯୋଗ ଅନୁଯାୟୀ, ବର୍ଷା ଦେଢ ବର୍ଷ ହେଲା ରିୟାଙ୍କ ଘରେ କାମ କରିଆସୁଥିଲେ । ସେତେବେଳେ ସେ ନାବାଳିକା ଥିଲେ । ରିୟା ଘର କାମ ସହିତ ତାଙ୍କୁ ସୁଟିଂ ସେଟ, ମଞ୍ଚ ଆଦି କାମରେ ଖଟାଉଥିଲେ । କିନ୍ତୁ ପାରିଶ୍ରମିକ ଦେବାରେ କୌଣସି ନିୟମିତତା ନଥିଲା । ସେଥିରେ ପୁଣି ସାମାନ୍ୟ ତ୍ରୁଟି ପାଇଁ ଗାଳିମନ୍ଦ ସାଙ୍ଗକୁ ମାଡ ମାରୁଥିଲେ ।

ଗତକାଲି ରିୟା ଓ ତାଙ୍କ ସ୍ୱାମୀ ଘରେ ନଥିବାର ସୁଯୋଗ ନେଇ ବର୍ଷା ଭୁବନେଶ୍ୱର ତାଙ୍କ ସମ୍ପର୍କୀୟଙ୍କ ଘରକୁ ପଳେଇ ଆସିଥିଲେ । କିନ୍ତୁ ସେତେବେଳେ ତାଙ୍କ ସମ୍ପର୍କୀୟ ଘରେ ନଥିବାରୁ ବର୍ଷା ରାସ୍ତା କଡରେ ବସି କାନ୍ଦୁଥିଲେ । ସ୍ୱେଚ୍ଛାସେବୀ ସଂଗଠନ ଏଲପି ଟିମର ସଦସ୍ୟମାନେ ତାଙ୍କୁ ଦେଖି ଶିଶୁ ସୁରକ୍ଷା କମିଟିରେ ପହଞ୍ଚାଇ ଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।