You are currently viewing ରାଗିଂ ପଡିଲା ମହଙ୍ଗା

ରାଗିଂ ପଡିଲା ମହଙ୍ଗା

ସମ୍ବଲପୁର, ସମ୍ବଲପୁରର ବୁର୍ଲା ଭୀମସାରରେ ରାଗିଂ କରିବା ଘଟଣାରେ ରାଗିଂ କରିଥିବା ୧୮ ଜଣ ଛାତ୍ରଙ୍କୁ ଦଣ୍ଡିତ କରାଯାଇଛି । ଘଟଣାରେ ତଦନ୍ତ କମିଟିର ରିପୋର୍ଟ ପରେ ଡିନ ତଥା ଅଧ୍ୟକ୍ଷ ଜୟଶ୍ରୀ ଦୋରା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଦଣ୍ଡ ସ୍ୱରୂପ ୧୮ଜଣଙ୍କଠାରୁ ୫୪ ହଜାର ଟଙ୍କା ଜରିମାନା ଲାଗୁ ହୋଇଛି । ସୂଚନା ଅନୁସାରେ ଏହି ଅର୍ଥ ଦଣ୍ଡ ତୁରନ୍ତ ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଏହି ଘଟଣାର ପୁନରାବୃତ୍ତି ଯେପରି ନହୁଏ ସେ ବିଷୟରେ ସତର୍କ କରାଇ ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।