You are currently viewing ଅଣସରଘରକୁ ଗଲେ ମହାପ୍ରଭୁ

ଅଣସରଘରକୁ ଗଲେ ମହାପ୍ରଭୁ

  • Post category:ଓଡିଶା
  • Reading time:1 mins read


ପୁରୀ(ଏଏନଏସ)୧୫/୦୬, ସ୍ନାନ କରିବା ପରେ ଅସୁସ୍ଥ ହୋଇପଡିଛନ୍ତି ଶ୍ରୀଜିଉ । ଅସୁସ୍ଥତା ହେତୁ ମହାପ୍ରଭୁ ଭକ୍ତମାନଙ୍କୁ ଦର୍ଶନ ଦେବେ ନାହିଁ । ଉପଶମ ହେବାଯାଏଁ ୧୫ ଦିନକାଳ ଅଣସର ଘରେ ରହିବେ ଚତୁର୍ଦ୍ଧା ବିଗ୍ରହ । କାଳିଆ ଠାକୁରଙ୍କ ଆରୋଗ୍ୟ ପାଇଁ ଅଣସର ଘରେ କରାଯିବ ଗୁପ୍ତ ସେବା । ବୈଦ୍ୟମାନେ ଚିକିତ୍ସା କରିବେ । ଶେଷରେ ବଡଓଡିଆମଠରୁ ପ୍ରସ୍ତୁତ ହୋଇଯାଉଥିବା ଫୁଲୁରି ତେଲ ଲଗାଇ ମହାପ୍ରଭୁ ୧୫ ଦିନପରେ ସୁସ୍ଥ ହେବେ । କୋଭିଡ ଯୋଗୁ ଗତ ଦୁଇବର୍ଷ ପରେ ଭକ୍ତଙ୍କ ଗ୍ରହଣରେ ୧୦୮ଗରା ସୁବାସିତ ଜଳରେ ସ୍ନାନ କରିଥିଲେ ଚତୁର୍ଦ୍ଧାବିଗ୍ରହ । ରତ୍ନବେଦୀରୁ ପ୍ରଭୁ ଓହ୍ଲାଇଥିଲେ ସ୍ନାନବେଦୀକୁ । ଏହାପରେ ଗଜାନନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ ପ୍ରଭୁ । ଠାକୁରଙ୍କର ଏହି ମହାନ ଲୀଳା ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଜନସମୁଦ୍ର ସୃଷ୍ଟି ହୋଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।