ଗୁଜୁରାଟରେ ଚିହ୍ନଟ ହେଲା କରୋନାର ନୂତନ ଭାରିଆଣ୍ଟ

ଅହମ୍ମଦାବାଦ ୦୯/୦୪, ଗତ କିଛିଦିନ ହେବ କରୋନାର ପ୍ରକୋପ ଟିକେ କମିଥିବା ବେଳେ ଏବେ ପୁଣି ଆରମ୍ଭ ହୋଇଯାଇଛି ଏହାର ଭୟ । ପୁଣି ନୂଆ ରୂପ କରୋନାର ଦେଖାଗଲାଣି । ତୃତୀୟ ଲହର ସଂପୂର୍ଣ୍ଣ ରୂପେ କମି ନଥିବା ବେଳେ ଏବେ ପୁଣି ଚତୁର୍ଥ ଲହର ଦେଖାଗଲାଣି । ଭାରତରେ କରୋନାର ନୂୂଆ ଭାରିଆଣ୍ଟ ପ୍ରବେଶ କଲାଣି । ଗୁଜୁରାଟରେ ଚିହ୍ନଟ ହୋଇଛି ଏହି ଭୂତାଣୁ । ଏହି ଭୂତାଣୁ ସଂକ୍ରାମକ ବୋଲି ବିବେଚନା କରି ସରକାର ମଧ୍ୟ ଏଥିପ୍ରତି ସତର୍କତା ଅବଲମ୍ବନ କରୁଛନ୍ତି । ମାର୍ଚ୍ଚ୧୩ ତାରିଖରେ ଗୁଜୁରାଟରେ ଜଣେ ବ୍ୟକ୍ତି କରୋନା ପଜେଟିଭ ଚିହ୍ନଟ ହୋଇଥିଲେ । କିନ୍ତୁ ଏକ ସପ୍ତାହ ମଧ୍ୟରେ ସେ ଭଲ ହୋଇଗଲେ ।
ଚିନ୍ତାର କାରଣ ହେଉଛି କରୋନାର ଏହି ନୂତନ ପ୍ରକାର ଭାରିଆଣ୍ଟ ଅଧିକ ସଂକ୍ରାମକ ଅଟେ । ପ୍ରାଥମିକ ଅନୁସନ୍ଧାନ ପରେ ମନେ ହେଉଛି ଓମିକ୍ରନର ଏକ ଉପପ୍ରକାର । ଏହା କେତେ ବିପଜ୍ଜନକ ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହା ଶୀଘ୍ର ବିସ୍ତାର ହୋଇପାରେ ବୋଲି କୁହାଯାଉଛି । ଏହି ଭାରିଆଣ୍ଟର କୌଣସି ଗମ୍ଭୀର ଲକ୍ଷଣ ନାହିଁ । ସେଥିପାଇଁ ଭୟଭୀତ ନହେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିବେଦନ କରାଯାଇଛି ।

Leave A Reply

Your email address will not be published.

18 − 13 =