You are currently viewing ଅଙ୍ଗନବାଡ଼ି ରାସ୍ତାର ଦୂରାବସ୍ଥା; ଶୁଣୁନି ପ୍ରଶାସନ

ଅଙ୍ଗନବାଡ଼ି ରାସ୍ତାର ଦୂରାବସ୍ଥା; ଶୁଣୁନି ପ୍ରଶାସନ

  • Post category:ଓଡିଶା
  • Reading time:1 mins read

ନିମାପଡ଼ା, ଶୋଚନୀୟ ଅବସ୍ଥାରେ ପଡ଼ିରହିଛି ନିମାପଡ଼ା ବ୍ଲକ ଡେଣୁଅ ପଞ୍ଚାୟତ ଅନ୍ତର୍ଗତ ଗୁଡ଼ିସାହି ଗାଁର ରାସ୍ତା । ୨୦୧୮ରେ ଲକ୍ଷାଧିକ ଟଙ୍କା ବ୍ୟୟରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏହି ରାସ୍ତା କାମ ହୋଇଥିଲେ ମଧ୍ୟ କଣ୍ଟ୍ରାକ୍ଟର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଦୁଇ ବର୍ଷ ମଧ୍ୟରେ ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍କୁଲକୁ ଯିବାପାଇଁ ଏହି ରାସ୍ତା ଉପରେ ଜନସାଧାରଣ ଓ ଛାତ୍ରଛାତ୍ରୀ ନିର୍ଭର କରୁଥିବାରୁ, ଅନେକ ସମୟରେ ଏଠାରେ ଦୁର୍ଘଟଣା ଘଟୁଛି ।

ରାସ୍ତାରେ ବଡ଼ ବଡ଼ ଫାଟ ଥିବାରୁ ଗମନାଗମନରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକ । ଏହି ରାସ୍ତାଟି ପଞ୍ଚାୟତ ସମିତି ଅଧିନରେ ଥିବାରୁ ତୁରନ୍ତ ରାସ୍ତା ମରାମତି ପାଇଁ ନଜର ଦେବାକୁ ଜନସାଧାରଣ ତରଫରୁ ଦାବି ହୋଇଛି । ଅନ୍ୟଥା ବାଧ୍ୟହୋଇ ଗାଁ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।