ଭୁବନେଶ୍ୱର-୨୯.୦୪.୨୦୨୧, କରୋନା ମହାମାରୀ ସାରା ଦେଶ ତଥା ରାଜ୍ୟରେ ଆତଙ୍କ ସୃଷ୍ଟି କରିଛି । କରୋନା ମହାମାରୀ ଲଢ଼େଇରେ ସ୍ୱାସ୍ଥ୍ୟକର୍ମୀଙ୍କ ଅବଦାନ ଅନେକ ବେଶୀ ରହିଛି । ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ରାଜ୍ୟରେ ସଂକ୍ରମଣ ଏବଂ ମୃତକଙ୍କ ସଂଖ୍ୟା ଅନ୍ୟ ରାଜ୍ୟ ଅପେକ୍ଷା କମ ରହିଛି । ରାତିଦିନ ପରିଶ୍ରମ କରି କରୋନା ରୋଗୀଙ୍କ ସେବା କରୁଛନ୍ତି ଏହି ସ୍ୱାସ୍ଥ୍ୟକର୍ମୀ । ସେମାନଙ୍କ ମନରେ ଉତ୍ସାହ ଭରିଦେବା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଉଟ୍ ସୋର୍ସ କର୍ମଚାରୀଙ୍କୁ ମାସକର ଦରମା ଅଧିକ ମିଳିବ ଏବଂ ଆଶା କର୍ମୀଙ୍କୁ ବି ଅଧିକ ୧୦୦୦ ଟଙ୍କା ମିଳିବ ବୋଲି ଘୋଷଣା ହୋଇଛି । ଏହି ବର୍ଦ୍ଧିତ ଅର୍ଥ ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ଦିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।