ରାଜ୍ୟରୁ ପୁଣି ଏକ ଶିଶୁ ନିଖୋଜ !

ଯାଜପୁର: ରାଜ୍ୟରୁ ପୁଣି ଆଉ ଏକ ଶିଶୁ ନିଖୋଜ |ଗୋଟେ ପରେ ଗୋଟେ ଶିଶୁ ନିଖୋଜ ଘଟଣା ରାଜ୍ୟରେ ଦେଖିବାକୁ ମିଳୁଛି |ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ନୟାଗଡ ବହୁଚର୍ଚ୍ଚିତ ପରି ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଥମି ନଥିବା ବେଳେ ପୁଣି ଆଉ ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ |

ସୂଚନା ଅନୁସାରେ ଯାଜପୁର ଜିଲ୍ଲା ବଡଚଣା ଥାନା ଖୋସାଲିପୁର ମୁଣ୍ଡାସାହିରୁ ୪ ବର୍ଷର ନାବାଳକ ନିଖୋଜ ହୋଇଛି । ଧାନମଣ୍ଡଳ ଫାଣ୍ଡିରେ ବାପା-ମାଆଙ୍କ ଲିଖିତ ଅଭିଯୋଗ ପରେ ପୋଲିସର ତନାଘନା ଜାରି ରହିଛି । ତେବେ ବରା ଖୁଆଇବାକୁ କହି କେହି ଦୁର୍ବୃତ୍ତ ଗୁରୁବାରଠାରୁ ଅପହରଣ କରିନେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ |

Leave A Reply

Your email address will not be published.