You are currently viewing ANS NEWS SUPERFAST 2@10

ANS NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ଅଟୋ ଆନ୍ଦୋଳନ ପ୍ରତ୍ୟାହୃତ । ଆନ୍ଦୋଳନ ପ୍ରତ୍ୟୋହାର ନେଇ ସଭାପତି ଦୀନବନ୍ଧୁ ନାୟକଙ୍କ ସୂଚନା । ପୋଲିସ ଡିଜିଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ହଟଲା ।
୨. ମାଟ୍ରିକ ପରୀକ୍ଷାରେ ଅନିୟମିତତା ନେଇ କାର୍ଯ୍ୟାନୁଷ୍ଠାନ । ଦୁଇ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କଲେ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକ । ସେମାନେ ହେଲେ ନରସିଂହପୁର ଯୋଡୁମ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ସ୍ୱାଇଁ ଓ କଳାହାଣ୍ଡି ଦୟାନିଧି ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ମହାନ୍ତି । ଦୁହେଁ ପରୀକ୍ଷା କେନ୍ଦ୍ର ସୁପରିଟେଡେଣ୍ଟ ଥିଲେ । ସେହିପରି ନୟାଗଡ଼ ଡିଇଓ ଜଣେ ସହକାରୀ ଶିକ୍ଷୟତ୍ରୀଙ୍କୁ ନିଲମ୍ବନ କରିଛନ୍ତି । ନିଲମ୍ବିତ ଶିକ୍ଷୟିତ୍ରୀ ହେଲେ ନୟାଗଡ଼-ବାଇଗୁଣିଆ ୱେଭର କୋଅପରେଟିଭ ଶିକ୍ଷୟତ୍ରୀ ଅର୍ପିତା ନାୟକ ।
୩. ଗଜପତି ମୋହନା ଅଞ୍ଚଳର ଜଣେ ଦାଦନ ଶ୍ରମିକ ଙ୍କୁ ତାମିଲନାଡୁ ରେ ହତ୍ୟା କରାଯାଇଥିବା ଖବର ଆସିବା ପରେ କାନ୍ଦ ବୋବାଳିରେ ଫାଟି ପଡୁଥିଲା ଗାଁ ଦାଣ୍ଡ। ସମ୍ପୃକ୍ତ ଶ୍ରମିକଙ୍କୁ ମାଡ଼ ମାରିବା ସମୟରେ ସମ୍ପର୍କୀୟଙ୍କୁ ଭିଡିଓ କଲ୍ କରି ଦେଖାଯାଇଥିଲା । ତାପରେ ଶ୍ରମିକଙ୍କୁ ଆହୁରି ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ମୃତ ଶ୍ରମିକ ଙ୍କ ପରିବାର ବର୍ଗ । ଏଭିଳି ଅଭିଯୋଗ ଆସିଥିଲା ଗଜପତି ଅଡ଼ବା ଥାନା ବାରିଆଗାଁରୁ ।
୪. ମେ’ ପହିଲାରୁ ରାଜ୍ୟରେ ଓବିସି ସର୍ଭେ । ପଛୁଆ ବର୍ଗ ଲୋଲକଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ଏହି ସର୍ଭେ ମାଧ୍ୟମରେ ତଥ୍ୟ ଗ୍ରହଣ କରାଯିବ । ଏନେଇ ଚୂଡାନ୍ତ ନିର୍ଦ୍ଦେଶନାମା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ ପାଇଛି । ଏହି ସର୍ଭେ କେବଳ ଓଡ଼ିଶା ସରକାରଙ୍କ ଦ୍ୱାରା ଅଧିସୂଚିତ ୨୦୮ ପ୍ରକାର ପଛୁଆ ବର୍ଗ ଲୋକଙ୍କ ପାଇଁ ଉଦ୍ଦିଷ୍ଟ । 
୫. ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ସାରା ରାଜ୍ୟରେ ଷ୍ଟ୍ରିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି । ଆଜି ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଂଚିଛି । ଆନ୍ଦୋଳନ ହେତୁ ମାଲବାହୀ ଟ୍ରକ ଗୁଡିକ ରାସ୍ତାରେ ଅଟକି ରହିଛି । ଏହାର ପ୍ରଭାବ ସିଧାସଳଖ ପରିବା ମାର୍କେଟ ଉପରେ ପଡିଛି । ଆନ୍ଦୋଳନ ଯୋଗୁଁ ପ୍ରଭାବିତ ହୋଇଛି ବଜାର, ଅନେକ ଟାଙ୍କିରେ ନାହିଁ ପେଟ୍ରୋଲ ଓ ଡ଼ିଜେଲ। ଫଳରେ ଆକାଶ ଛୁଆଁ ହୋଇଛି ପରିବା ଦର ।
୬. ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ପରୀକ୍ଷାର୍ଥୀ ମୃତ । କୋରାପୁଟ ଜିଲ୍ଲା ଦାମନଯୋଡ଼ିର ନାଲକୋ ଟାଉନସିପ ସ୍ଥିତ SVM ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ଏହି ଘଟଣା ଘଟିଛି । ମୃତକ ହେଲେ କୁନା ପୂଜାରୀ ।
୭. ଗୋଷ୍ଠୀ ସଂଘର୍ଷ ପରେ ପୋଲିସ ଉପରେ ପଥରମାଡ଼ । ବାଙ୍କୀ ଥାନା ସବ୍‌ ଇନ୍ସପେକ୍ଟର ଆହତ । ବାଙ୍କୀ କଁଇମୁଣ୍ଡି ନିକଟ ଗୟଳବାଙ୍କ-ଭଗିପୁର ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏତିକିବେଳେ ଉଭୟ ପକ୍ଷରୁ ଟେକାପଥର ମାଡ଼ ହୋଇଥିଲା ।
୮.  ଆଜିଠାରୁ ଦଶମ ଶ୍ରେଣୀ ସମ୍ମେଟିଭ୍‌-୨ ପରୀକ୍ଷା ନିୟମରେ ପରିବର୍ତ୍ତନ । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍‌ ସମ୍ମେଟିଭ୍‌-୨ ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଏଣିକି ସକାଳ ୬ଟା ୩୦ ମିନିଟ ପୂର୍ବରୁ ନୋଡାଲ୍‌ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବନାହିଁ ବରଂ ସକାଳ ୬ଟା ୪୫ରୁ ୭ଟା୩୦ ମିନିଟ୍‌ ମଧ୍ୟରେ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବ ଆଉ କେନ୍ଦ୍ର ସୁପରିନ୍‌ଟେଣ୍ଡେଣ୍ଟଙ୍କୁ ପ୍ରଶ୍ନପତ୍ର ହସ୍ତାନ୍ତର କରାଯିବ ।
୯. ହାତୀ ଆକ୍ରମଣରେ ଛେଳି ଚରାଳିଙ୍କ ମୃତ୍ୟୁ। ମୃତକ ହେଲେ ମହାବୀରୋଡ଼ ଥାନା ଗୋଳାଗାଡିଆ ଗ୍ରାମର ଶରତ ଧଳ। ଗାଁ ପାଖ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇ ଥିବା ବେଳେ ହାତୀ ଆକ୍ରମଣ ର ଶିକାର ହୋଇଥିଲେ।ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ, ବନବିଭାଗ ମୃତ ଦେହ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

୧୦. ବଡ଼ ଭାଇର ମାଡରେ ସାନଭାଇର ମୃତ୍ୟୁ ଘଟଣା । ମାନ୍ୟବର ଜିଲ୍ଲା ଜଜ୍ ଅଶାନ୍ତ କୁମାର ଦାସ ଏହି ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ବଳରାମ ଗିରିକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ରାୟ ଶୁଣାଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।