You are currently viewing ANS NEWS SUPERFAST 2@10

ANS NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ଆଫ୍ରିକାରେ ତାଣ୍ଡବ ବାତ୍ୟା ଫ୍ରେଡ୍ଡୀ । ଝଡର ମାଡରେ ଘାଇଲା ଦକ୍ଷିଣ ଆଫ୍ରିକୀୟ ଦେଶ ମାଲାୱି । ୩୨୬ ଜଣଙ୍କ ମୃତ୍ୟୁ ହୋଇଛି । ଫ୍ରେଡି ପ୍ରଭାବରେ ମାଲାୱିରେ ବନ୍ୟା ଓ ଭୂସ୍ଖଳନ ସବୁ କିଛି ଉଜାଡି ଦେଇଛି ।
୨. ତେଲେଙ୍ଗାନା ସିକନ୍ଦରବାଦରେ ଭୟଙ୍କର ଅଗ୍ନିକାଣ୍ଡ । ସ୍ୱପ୍ନାଲୋକ କମ୍ପେଲକ୍ସର ୩ ମହଲା ବିଲ୍ଡିରେ ନିଆ ଲାଗିଛି । ଏହି ଅଗ୍ନକାଣ୍ଡରେ ୬ ଜଣଙ୍କ ଜୀବନ ଯାଇଛି ।
୩. ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାର ଚନ୍ଦୌସିରେ ଗୁରୁବାର ହୋଇଥିବା ଶୀତଳ ଭଣ୍ଡାର ଦୁର୍ଘଟଣାରେ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ୧୨ ଅଧିକ ଶ୍ରମିକ ମାଟି ତଳେ ଦବି ରହିଥିବା ଆଶଙ୍କା କରାଯାଉଛି ।
୪. ସେନା ନିଯୁକ୍ତି ପ୍ରସ୍ତୁତି କରୁଥିବା ଯୁବକଙ୍କ ଲାଗି ସିଆଇଏସଏଫ ତରଫରୁ ଏକ ଖୁସି ଖବର । କେନ୍ଦ୍ର ଗୃହ ମନ୍ତ୍ରଣାଳୟ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ ରେ ଖାଲିଥିବା ପଦବୀରେ ପୂର୍ବତନ ଅଗ୍ନିବୀରମାନଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଘୋଷଣା କରିଛି ।
୫. ପ୍ରେଟୋଲ ଢାଳି ନିଆଁରେ ପୋଡି ହୋଇ ଯୁବକ ମୃତ । ନୂଆପଡା ସଦର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲି ଜଗଦିଶ ଚୌହାନ ନାମକ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁରେ ପୋଡି ହୋଇ ଗୁରୁତର ଅବସ୍ଥାରେ ମେଡିକାଲକୁ ସ୍ଥାନାନ୍ତର ।
୬. ବାଙ୍କେଶ୍ୱରୀ ଘାଟିରେ ଓଟିଲା ପିକ୍‌ଅପ ଭ୍ୟାନ । ଦୁର୍ଘଟଣା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି ।
୭. ଜାରି ରହିବ ଡ୍ରାଇଭର ସଂଘର ଆନ୍ଦୋଳନ । ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ଏ ନେଇ ସୂଚନା ଦେଇଛନ୍ତି । ମୁଖ୍ୟ ସଚିବ ହୋଇଥିବା ପ୍ରତିଶ୍ରୃତିକୁ ଗ୍ରହଣ କରୁନି ସଂଘ ।
୮. ପୋଲିସ ଓ ଡ୍ରାଇଭର ଏକତା ମହାସଂଘ ଖଣ୍ଡଯୁଦ୍ଧ ମାମଲା । ପୋଲିସକୁ ଆକ୍ରମଣ ଘଟଣାରେ ୧୨ ଜଣଙ୍କୁ ଗିରଫ କଲା ଗଞ୍ଜାମ ପୋଲିସ । ସୂଚନା ଦେଲେ ଗଞ୍ଜାମ ଅତିରିକ୍ତ ଏସପି ପ୍ରଦୀପ କୁମାର ଦଳାଇ ।
୯. ରାଜ୍ୟରେ ପଶ୍ଚିମା ଝଡର ପ୍ରଭାବ । ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବିଜୁଳି ଓ ଘଡଘଡି ସହ ବର୍ଷା ନେଇ ପାଣିପାଗ କେନ୍ଦ୍ର ଚେତାବନୀ ଜାରି ରହିଛି ।
୧୦. ବାହା ହେବାକୁ ଚାଲିଚାଲି ଗଲେ ବର । ଡ୍ରାଇଭର ଏକତା ମହାମଞ୍ଚ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ ବଡ ପ୍ରଭାବ । ବାହା ହେବା ପାଇଁ ୨୮ କିଲୋମିଟର ଚାଲି ଚାଲି ଯାଇଛନ୍ତି ବର ।

ଅନ୍ୟମାନଙ୍କୁ ଜଣାନ୍ତୁ।