ANS NEWS SUPERFAST [email protected]

୧. ଦିଲ୍ଲୀରେ ନାଥୁ କଲୋନୀ ଛକ ନିକଟରେ ଜଣେ ବ୍ୟକ୍ତି ଛୁରୀରେ ନିଜ ଗଳା କାଟି ରାସ୍ତାରେ ପିସ୍ତଲ ଧରି ଦୌଡୁଥିବା ଭିଡିଓ ସାମ୍ନାକୁ ଆସିଛି । ନିଜ ବେକ କାଟିବା ପରେ ପୋଲିସ ଠାରୁ ବନ୍ଧୁକ ଛଡାଇ ଗୁଳି ଚଳାଇବା ଭିଡିଓରେ ଦେଖିବାକୁ ମଳିଥିଲା । ଏହା ପରେ ପୋଲିସ ତାକୁ କାବୁ କରି ନେଇ ଥିଲା ।
୨. ଦୁଇ ବର୍ଷ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରୁ ଉଠିଲା ବ୍ୟାନ । ଟ୍ୱିଟର ପରେ ୟୁଟୁବ ଓ ଫେସବୁକକୁ ଫେରିଲେ ଟ୍ରମ୍ପ ।
୩. ଜଳେଶ୍ୱର ପରୀକ୍ଷା ସରିବା ପରେ ଛାତ୍ରଛାତ୍ରୀଙ୍କୁ ଧରି ଫେରୁଥିବା ଏକ ଅଟୋ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଜଣେ ବୃଦ୍ଧାଙ୍କୁ ରକ୍ଷା କରିବାକୁ ଯାଇ ଅଟୋଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୫ ଛାତ୍ରଛାତ୍ରୀଙ୍କ ସମେତ ବୃଦ୍ଧାଜଣଙ୍କ ବି ଗୁରୁତର ହୋଇଛନ୍ତି ।
୪. ମାଟ୍ରିକ ପରୀକ୍ଷା ପ୍ରଶ୍ନ ପତ୍ରରେ ମୃଦ୍ରଣ ଜନିତ ତ୍ରୃଟି । କିଛି ସେଣ୍ଟରରେ ଏହି ଭଳି ତ୍ରୃଟି ହୋଇଥିବା ବୋର୍ଡ କରିଛି । ଇତିହାସ ଓ ଭୂଗୋଳ ପ୍ରଶ୍ନ ପତ୍ରରେ ଏହି ଭଳି ମୃଦ୍ରଣ ଜନିତ ତ୍ରୃଟି ହୋଇଛି ।
୫. ରାଜଧାନୀରେ ଦୁଇ ମହଲା କୋଠା ହଡପ ଯୋଜନା ପଣ୍ଡ । ବନ୍ଧା ହେଲେ ମାଷ୍ଟର ମାଇଣ୍ଡ ଦମ୍ପତି । ନକଲି ରେଜିଷ୍ଟ୍ରି ରେକର୍ଡ ଓ ଦୁଷ୍କର୍ମ ମାମଲାରେ ଘର ମାଲିକଙ୍କୁ ଛନ୍ଦିବାକୁ ଉଦ୍ୟମ କରିଥିଲେ । ଶେଷରେ ନିଜେ ଫାନ୍ଦରେ ଛନ୍ଦି ହୋଇଛନ୍ତି ।
୬. ଖୁବ ଶୀଘ୍ର ଉତକେଲା ବିମାନ ବନ୍ଦରରୁ ଉଡାଣ ନେଇ ମିଳିପାରେ ସବୁଜ ସଙ୍କେତ । ଉତକେଲାରୁ ବିମାନ ଉଡାଣ ନେଇ ଡିଜିସିଏର ୨ ଜଣିଆ ଟିମ ଆଜି ବିମାନ ବନ୍ଦର ନିରିକ୍ଷଣ କରିଛି ।
୭.୨ ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । ଆଜି ଜିଲ୍ଲାର ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବେ । ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବା କାର୍ଯ୍ୟକ୍ରମ ରହିଛି । ଗତକାଲି ନବରଙ୍ଗପୁର ସର୍କିଟ ହାଉସରେ ବିଭିନ୍ନ ଲୋକ ଓ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ୧୩୧ ଜଣ ବ୍ୟକ୍ତିବିଶେଷ, ଦଳ, ସଂପ୍ରଦାୟ, ଏବଂ ବିଭିନ୍ନ କ୍ଷେତ୍ରର ଲୋକ 5T ସଚିବଙ୍କୁ ସାକ୍ଷାତ କରି ନିଜର ଆପତ୍ତି ଅଭିଯୋଗ ଜଣାଇଥିଲେ । କେବଳ ନବରଙ୍ଗପୁର ଜିଲ୍ଲା ନୁହେଁ, କୋରାପୁଟ ଜିଲ୍ଲାରୁ ମଧ୍ୟ ବିଭିନ୍ନ ଗ୍ରୁପର ପ୍ରାୟ ୪୦୦ ଲୋକ ଆସି 5T ସଚିବଙ୍କୁ ଭେଟିଥିଲେ।
୮. ପୁରୀରେ ହଣାକଟା । ୩ ଗୁରୁତର । ପୁରୀ ବଡଦାଣ୍ଡ ମାର୍କେଟ ଛକରେ ଗୋଷ୍ଠୀ ସଂଘର୍ଷ । ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ୩ଜଣ ଗୁରୁତର ହୋଇଛନ୍ତି । ବୀରହରେକୃଷ୍ଣପୁର ମେଳଣରେ ଜୁଆ ଖେଳକୁ କେନ୍ଦ୍ର କରି ହଣାକଟା ହୋଇଛି ।

୯.କର୍କଟ ରୋଗୀଙ୍କ ପାଇଁ ଖୁସି ଖବର। ଭୁବନେଶ୍ୱର କିମ୍‌ସ କ୍ୟାନ୍‌ସର ସେଣ୍ଟରରେ ଆରମ୍ଭ ହେଲା ରେଡିଏସନ୍‌ ଅଙ୍କୋଲୋଜି କ୍ଲିନିକାଲ୍‌ ସେବା। ଏଥର ଆଉ ଓଡ଼ିଶା ଲୋକଙ୍କୁ କ୍ୟାନ୍‌ସର ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ। ମାର୍ଚ୍ଚ ୧୪ ତାରିଖରୁ ଆରମ୍ଭ ହୋଇଛି କିମ୍‌ସ କ୍ୟାନ୍‌ସର ସେଣ୍ଟର ରେଡିଏସନ୍‌ ଅଙ୍କୋଲୋଜି କ୍ଲିନିକାଲ ସେବା। ଏଠାରେ ଏଣିକି କର୍କଟ ରୋଗୀଙ୍କ ପାଇଁ ରେଡିଓଥେରାପୀ ଅଭ୍ୟାସ ଏବଂ ଏଥିସହ ସଂଶ୍ଳିଷ୍ଟ ଗବେଷଣା କାର୍ଯ୍ୟ ଓ ରୋଗୀ ସେବା ହୋଇପାରିବ।
୧୦. ପ୍ରଭାବ ଦେଖାଇବ ପଶ୍ଚିମାଝଡ଼ । ଆଗାମୀ ୩ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା । ୨୪ ଘଣ୍ଟା ପାଇଁ ବିଜୁଳି ଓ ଘଡ଼ଘଡ଼ି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ନୂଆପଡ଼ା, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର କିଛି ସ୍ଥାନରେ କୁଆପଥର ମାଡ଼ ହୋଇପାରେ ।

Leave A Reply

Your email address will not be published.