ANS NEWS SUPERFAST [email protected]
୧. ଆମେରିକାର ଦୁଇଟି ଅତ୍ୟଧୁନିକ ଲଢୁଆ ହେଲିକପ୍ଟର ବ୍ଲାକ ହକ ଦୁର୍ଘଯଣାଗ୍ରସ୍ତ । ଆମେରିକାରେ କେଣ୍ଟକିରେ ଏହି ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି ।
୨. ଦେଶରେ କାୟା ମେଲାଉଛି କରୋନା । ୩ ହଜାର ଟପିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩ ହଜାର ୧୬ ନୂଆ ଆକ୍ରନ୍ତ ।
୩. ପାକିସ୍ତାନରେ ଆର୍ଥିକ ସଙ୍କଟ ପରେ ସ୍ଥିତି ହାହାକାର ହୋଇପଡିଛି । ସରକାରଙ୍କ ତରଫରୁ ମାଗଣା ଅଟା ଦିଆଯାଉଥିବା ବେଳେ ଦଳଚକଟାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଏହା ଛଡା ୬୦ ଲୋକ ଆହତ ହୋଇଛନ୍ତି ।
୪. ତାମିଲନାଡୁର ପେରିୟାକୁପ୍ପମରେ ହୃଦୟ ବିଦାରକ ଘଟଣା ଘଟିଛି । ୯ ବର୍ଷର ନାବାଳିକା ଆତ୍ମହତ୍ୟା କରିଛନ୍ତି । ପାଠପଢିବାକୁ ବାପା ମା’ କହିବାରୁ ନାବାଳିକା ଅତ୍ମହତ୍ୟା କରିନେଇଛି ।
୫. ଦୁଇ ମହିଳାଙ୍କୁ ଦଳିଦେଲା ଦନ୍ତା । ହାତୀ ଆକ୍ରମଣରେ ଦୁଇ ମହିଳା ମୃତ । ଡେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଦୁଦୁରକୋଟଠାରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।
୬.ରାମନବୀମୀ ଠାରୁ ପୁରୀରେ ଆରମ୍ଭ ହୋଇଛି ସାହିଯାତ । ଏଥିପାଇଁ ଚଳଞ୍ଚଳ ହୋଇପଡିଛି ଶ୍ରୀ କ୍ଷେତ । ବୀରବାଦ୍ୟର ଶଦ୍ଦରେ ପ୍ରକମ୍ପିତ ହେବ ଶ୍ରୀକ୍ଷେତ୍ର ।
୭. ପାରିବାରିକ ଅଶାନ୍ତିର କରୁଣ ପରିଣତି । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ନନ୍ଦକା ପଞ୍ଚାୟତର ଚିନ୍ତାଲଗୁଡା ଗ୍ରାମରେ ଘଟିଛି ଅଘଟଣ । ସ୍ତ୍ରୀ ବିମଳା ଖରାକୁ ଟାଙ୍ଗିଆରେ ହାଣି ହତ୍ୟା ।
୮.ବାଲେଶ୍ୱରରେ ଆଡମ୍ବରରେ ସହକାରରେ ପାଳନ ହୋଉଛି ରାମ ନବମୀ । ଶ୍ରୀ ରାମ ଚେତନା ଜାଗରଣ ସଂଘ ପକ୍ଷରୁ ଏକ ବିଶାଳ ପଦଯାତ୍ରା ପରମିଟ ପଡିଆରୁ ବାହାରି ନଗର ପରିକ୍ରମା କରୁଛି ।
୯. ଟ୍ରାପ କ୍ୟାମେରାରେ ବାଘ । କ୍ୟାମେରା ଲେନସରେ କଏଦ ହେଲା ସୁନାବେଡା ଅଭାୟାରଣରେ ଅତଙ୍କ ଖେଳାଉଥିବା ବାଘ । ବିରାଟକାୟ କଲରାପତରିଆ ବାଘ ଟ୍ରାପ କ୍ୟାମେରାରେ କଏଦ ହୋଇଛି ।
୧୦. ଦେଶୀ ବନ୍ଧୁକରୁ ଫୁଟି ମହିଳା ମୃତ । କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ନୂଆଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ଜାନି ମଞ୍ଜୁଳା ।