You are currently viewing ANS NEWS SUPERFAST 2@10

ANS NEWS SUPERFAST 2@10

  • Post category:ଓଡିଶା
  • Reading time:1 mins read

୧. ମଧପ୍ରଦେଶର ଇନ୍ଦୋରରେ ପଟେଲ ନଗରସ୍ଥିତ ପ୍ରାଚୀନ ବେଲେଶ୍ୱର ମହାଦେବ ଝୁଲେଲାଲ ମନ୍ଦିର ଗତକାଲି ବଡ ଧରଣର ଦୁର୍ଘଟଣା ଘଟିଥିଲା । ରାମନବୀ ପୂଜା ଚାଲିଥିବା ବେଳେ ଏଠାରେ ଥିବା ଏକ କୂଅର ଛାତ ହଠାତ ଭୁଶୁଡି ପଡିଥିଲା । ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩୫ରେ ପହଞ୍ଚିଛି ।
୨.ମଶଶ ଧୂପ ନେଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ । ଦିଲ୍ଲୀ ଶାସ୍ତ୍ରୀୟ ପାର୍କ ଅଞ୍ଚଳରେ ଘଟିଛି । ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ରାତିରେ ଘର ଭିତରେ ମଶା ଧୂପ ଲଗାଇ ସମସ୍ତେ ଶୋଇଥିଲେ । ମଶା ଧୂପରୁ କାର୍ବନ ଗ୍ୟାସ ବାହାରି ଶ୍ୱାସରୁଦ୍ଧ ହୋଇ ଗୋଟିଏ ପରିବାରରେ ୬ ଜଣଙ୍କ ମୃତ୍ୟୁ ହୋଇଛି ।
୩.ଦେଶରେ କାୟା ମେଲାଉଛି କରୋନା । ଲଗାତାର ଦ୍ୱିତୀୟ ଦିନରେ ୩ ହଜାର ଉପରେ ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩ ହଜାର ୯୫ ନୂଆ ଆକ୍ରାନ୍ତ ।
୪. ଗୁଜରାଟ ବଦୋରାରେ ରାମ ନବମୀ ଶୋଭାଯାତ୍ରା ବେଳେ ହିଂସାକାଣ୍ଡ । ଦୁଇ ଗୋଷ୍ଠୀ ମଧ୍ୟରେ ଭୟଙ୍କର ସଂଘର୍ଷ । ଭଦୋଦରାରେ ଦୁଇଟି ସ୍ଥାନରେ ହିଂସାକାଣ୍ଡ । ପ୍ରଥମ ଗୋଟିଏ ଅଞ୍ଚଳରେ ମସଜିଦ ନିକଟ ଦେଇ ଶୋଭାଯାତ୍ରା ଯିବା ବେଳେ ସାମାନ୍ୟ ଉତ୍ତେଜନାସୃଷ୍ଟି ହୋଇଥିଲା ।
୫. ବଲାଙ୍ଗିର ଜାଲ ସାର୍ଟିଫିକେଟ ଘଟଣାରେ ତଦନ୍ତ ଆଗକୁ ବଢୁଛି । ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ । ଜିଲ୍ଲାର କେଉଁ କେଉଁ ବିଭାଗରେ ନକଲି ସାଟିଫିକେଟ ଚାକିଛି କରୁଛି ପୋଲିସ ତାହାର ତଦନ୍ତ କରୁଛି ।
୬. ଜାପାନରୁ ରାଜ୍ୟକୁ ଆସିବ ବଡ ନିବେଶ । ଆସନ୍ତା ୩ ତାରିଖରେ ଜାପାନ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସହ ରାଜ୍ୟ ସରକାରଙ୍କ ଏକ ପ୍ରତି ନିଧି ଦଳ ବି ଯିବେ । ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ସମ୍ପର୍କରେ ଆଜି ବିଧାନସଭାରେ ପ୍ରତିକ୍ରିୟାରେ ଶିଳ୍ପମନ୍ତ୍ରୀ ପ୍ରତାପଦେବ କହିଛନ୍ତି ।
୭. ଛାତରୁ ପଡି ଡାକ୍ତରୀ ଛାତ୍ର ମୃତ । ମୃତକ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ୩ୟ ବର୍ଷର ଛାତ୍ର ହିତେଷ୍ଣୁ ଦାସ । ଗତକାଲି ରାତିରେ ହିତେଷ୍ଣୁ ସିନେମା ଦେଖି ସାଙ୍ଗଙ୍କ ସହ ହଷ୍ଟେଲ ଫେରିଥିଲେ । ଏହା ପରେ ବାପାଙ୍କୁ ମେସେଜ ଦେବାପରେ ଛାତରୁ ଡେଇଁଥିବା ସୂଚନା ।
୮. ଭୁବନେଶ୍ୱର ଏମ୍ସରେରେ CBI ଚଢ଼ାଉ। CBIର ୮ ଜଣିଆ ଟିମର ଗତକାଲି ବିଳମ୍ବିତ ରାତି ଯାଏ ହୋଇଥିଲା ଚଢ଼ଉ। ଏମ୍ସର ଫାର୍ମାସି ଷ୍ଟୋରର ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ପରେ ସିବିଆଇ ପକ୍ଷରୁ ଚଢ଼ଉ କରାଯାଇଥିଲା। ସିବିଆଇ ଟିମ୍ ଚଢଉ କରି ଟେଣ୍ଡର ସମ୍ବନ୍ଧୀୟ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି।
୯. ଗଛରେ ପିଟିହେଲା ବାଇକ୍‌ । ଘଟଣାସ୍ଥଳରେ ୩ ମୃତ । ଗୋଟିଏ ବାଇକ୍‌ରେ ୩ ଜଣ ଯିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ନୟାଗଡ଼ ଓଡ଼ଗାଁ ଥାନା କୋମଣ୍ଡ ପଥରା ଛକରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
୧୦. ଦୟା ନଦୀରେ ୧୪ ବର୍ଷର ବାଳକ ନିଖୋଜ ଘଟଣା । ଗତକାଲି ରାତିରେ ୪ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଉଦ୍ଧାର ହେଲା ମୃତଦେହ ।  ଆଜି ସକାଳୁ ସକାଳୁ ଅଗ୍ନିଶମ ଓ ଓଡ୍ରାଫ ଟିମ ସର୍ଚ୍ଚ ଅପରେସନ ଜାରି ରଖିଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।