ANS NEWS SUPERFAST [email protected]

୧. ବଢୁଛି ପାରଦ ,ଫଳରେ ଅସହ୍ୟ ହେଉଛି ତାତି । ଅଧିକାଂଶ ସ୍ଥାନେର ତାପମାତ୍ରା ୪୨ ଡିଗ୍ରୀ ଉପରେ ।
୨. ପଡିଲା ହାତଗଣ୍ଠି । ବିବାହ ବନ୍ଧନରେ ଆବଦ୍ଧ ହେଲେ ଶିବ ପାର୍ବତୀ ।
୩. ଆଉ ଏକ ମହାମାରୀ ପାଇଁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କରୋନା ମହାମାରୀ ଠାରୁ ଏହା ଅଧିକ ଘାତକ ହୋଇପାରେ ।
୪. ବାଣୀବିହାର କ୍ୟମ୍ପସରୁ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର । ସହିଦନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
୫. ମାଛ ଧରିବାକୁ ଯାଇଥିବା ବେଳେ ବାଲିମେଳା ଜଳଭଣ୍ଡାରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଉଦ୍ଧାର ହୋଇଛନ୍ତି ।
୬. ଗଜପତି ଜିଲ୍ଲା କାଶୀନଗର ବ୍ଳକ ସାରା ଗାଁରେ ଏକ ଚାଷ ଜମିରେ ସ୍ତ୍ରୀ ସହ ସାମାନ୍ୟ ବଚସାରୁ ସ୍ତ୍ରୀକୁ ହତ୍ୟା କରି ସ୍ତ୍ରୀର ମୁଣ୍ଡଗଣ୍ଡିକୁ ଅଲଗା କରିଦେଲା ସ୍ୱାମୀ ।
୭. ପୂର୍ବ ଶତ୍ରୁତାକୁ ନେଇ ବାଲେଶ୍ୱର ରେମୁଣା ଛକ ନିକଟରେ ଗୁଳିମାଡ ହୋଇଛି । ଗୁଳିମାଡରେ ଜଣେ ଆହାତ ହୋଇଥିବାବେଳେ ଅନ୍ୟଜଣେ ବର୍ତ୍ତି ଯାଇଛନ୍ତି ।
୮. ନବଦାସଙ୍କୁ କାହିଁକି ହତ୍ୟାକଲା ଗୋପାଳ ଦାସ । ଏନେଇ ଆଜି ଦାଖଲ ହେବାକୁ ଥିବା ଚାର୍ଜସିଟ୍‌ରେ ହତ୍ୟାର କାରଣ କହିବ କ୍ରାଇମବ୍ରାଞ୍ଚ ।
୯.ତେଲକୋଇ ବନାଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଆମ୍ବ ଗୋଟାଇବା ବେଳେ ମହିଳା ୱାର୍ଡମେମ୍ବରଙ୍କର ମୃତ୍ୟୁ ।
୧୦. ନୂଆ ସଂସଦ ଭବନ ଉଦଘାଟନରେ ସାମିଲ ହେବ ବିଜେଡି । ସୂଚନା ଦେଲେ ସସ୍ମିତ୍ ପାତ୍ର ।

Leave A Reply

Your email address will not be published.